ଭୁବନେଶ୍ବର:ଗିରଫ ହେଲେ ସୁନ୍ଦରଗଡର କୋଟିପତି ଏଡିଏମ ବିଶ୍ବଜିତ ମହାପାତ୍ର । ପିସି ଆକ୍ଟରେ ଗିରଫ ହେଲେ ସୁନ୍ଦରଗଡ ADM । ଆଜି ବିଶ୍ବଜିତ ମହାପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ ସେଲ ଟିମ । ଏହା ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ ।
ସୁନ୍ଦରଗଡର କୋଟିପତି ADM ଗିରଫ, ସ୍କାନରରେ ପତ୍ନୀ - ଭିଜାଲାନ୍ସ ଜାଲରେ ସୁନ୍ଦରଗଡର ଏଡିଏମ
ଗିରଫ ହେଲେ ସୁନ୍ଦରଗଡର କୋଟିପତି ADM ବିଶ୍ବଜିତ ମହାପାତ୍ର । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ଅଧିକ ପଢନ୍ତୁ
ଗିରଫ ହେଲେ ସୁନ୍ଦରଗଡର କୋଟିପତି ଏଡିଏମ , ସ୍କାନରରେ ପତ୍ନୀ
ପତ୍ନୀଙ୍କ ନାଁରେ ସିମେଣ୍ଟ ଗୋଦାମ ସହ ବ୍ୟାଙ୍କ ଲକରରେ ୨ କୋଟିର ଡିପୋଜିଟ ରହିଛି । ଏଥି ସହ ଘରେ ୫୦୦ ଗ୍ରାମର ସୁନା, ନଗତ ସାଢେ ୩ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କ୍ୟାସ ସମେତ ୧୦ଟି ସ୍ଥାନରେ ପରଲଟ ଓ କିଛି ଫ୍ଲାଟ ରହିଥିବା ଭିଜିଲାନ୍ସ ରେଡ ବେଳେ ଜାଣିବାକୁ ପାଇଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ଖୁବଶୀଘ୍ର ଜାରି ହେବ ସମ୍ପତ୍ତିର ତାଲିକା । କୋଟିପତି ADM ଆଉ 17 ଦିନ ପରେ ଅବସର ନେବାକୁ ଥିବା ବେଳେ ଗତ ଶୁକ୍ରବାର ଦିନ ତାଙ୍କ ବାସ ଭବନ ସମେତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ରେଡ କରିଥିଲା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Feb 13, 2022, 12:30 PM IST