ଓଡିଶା

odisha

ETV Bharat / city

କୋଟିଏ ଟଙ୍କା ସଞ୍ଚୟ କରି ଜେଲ ଗଲେ ସିନିୟର କ୍ଲର୍କ - କୋଟିଏ ଟଙ୍କା ସଂଚୟ

ମହଙ୍ଗା ପଡିଲା କୋଟିଏରୁ ଅଧିକା ସମ୍ପତି ଠୁଳ। ଭିଜିଲାନସ ସ୍କାନରକୁ ଆସିବା ପରେ ଗିରଫ ହୋଇ ଜେଲ ଗଲେ ଭୁବନେଶ୍ବର ସବକଲେକ୍ଟର କାର୍ଯ୍ୟାଳୟର ସିନିୟର କ୍ଲର୍କ। ଅଧିକ ପଢନ୍ତୁ..

କୋଟିଏ ଟଙ୍କା ସଞ୍ଚୟ କରି ଜେଲ ଗଲେ ସିନିୟର କ୍ଲର୍କ
କୋଟିଏ ଟଙ୍କା ସଞ୍ଚୟ କରି ଜେଲ ଗଲେ ସିନିୟର କ୍ଲର୍କ

By

Published : Nov 13, 2020, 7:25 PM IST

ଭୁବନେଶ୍ବର: ମହଙ୍ଗା ପଡିଲା କୋଟିଏରୁ ଅଧିକା ଆୟବହିର୍ଭୁତ ସମ୍ପତି ଠୁଳ। ଭିଜିଲାନସ ସ୍କାନରକୁ ଆସିବା ପରେ ଗିରଫ ହୋଇ ଜେଲ ଗଲେ। ଏଭଳି ଦଶା ଭୋଗିବାକୁ ପଡିଛି ଭୁବନେଶ୍ବର ସବକଲେକ୍ଟର କାର୍ଯ୍ୟାଳୟର ସିନିୟର କ୍ଲର୍କ ଉଦୟନାଥ ଜେନାଙ୍କୁ। ଭୁବନେଶ୍ବର ଭିଜିଲାନସ ଡିଭିଜନ ପକ୍ଷରୁ ୩ଟି ଟିମ ଗୁରୁବାର ସର୍ଚ ଅପରେସନ ବେଳେ ପାଇଥିଲେ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କାର ଆୟବହିର୍ଭୁତ ସମ୍ପତି।

କୋଟିଏ ଟଙ୍କା ସଞ୍ଚୟ କରି ଜେଲ ଗଲେ ସିନିୟର କ୍ଲର୍କ

୧ କୋଟି ୩୨ ଲକ୍ଷ ୨୭ ହଜାର ୪୫୭ ଟଙ୍କା ସଂଚୟ ଅଭିଯୋଗରେ ଭିଜିଲାନସ ଗିରଫ କରିଥିଲା। ସୁନ୍ଦରପଦା ସ୍ଥିତ ଏବରଙ୍ଗ ସ୍ଥିତରେ ୬୬ ଲକ୍ଷ ୯୪ ହଜାରର ଏକ ଡବଲ ଷ୍ଟୋରେଜ ବିଲଡିଂ ଓ କେନ୍ଦ୍ରାପଡା ରାଜନଗର ରେ ୯ ଲକ୍ଷ ଟଙ୍କାର ଘର।

ସେହିପରି ପୁରୀରେ ୧୨ ଲକ୍ଷ ୭୦ ହଜାରର ୨ ବିଏଚଏକ ଫ୍ଲାଟ। ୨୨ ଲକ୍ଷ ଟଙ୍କାର ୭ଟି ଭୁବନେଶ୍ବର। ଘରେ ୨ ଲକ୍ଷ ଟଙ୍କାର ସୁନା ଗହଣା ସହ ୫୬ ହଜାର କ୍ଯାସ ମଧ୍ଯ ମିଳିଥିଲା। ଗିରଫ ପରେ ପିସିଆକ୍ଟରେ କୋର୍ଟ ଚାଲାଣ କରାଯାଇଥିଲା ପରେ ତାଙ୍କ ଜାମିନ ଖାରଜ ପରେ ୧୪ ଦିନ ପାଇଁ ବିଚାର ବିଭାଗିୟ ହାଜତକୁ ପଠାଯାଇଛି।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details