ଭୁବନେଶ୍ବର: କେନ୍ଦ୍ର ସରକାର ନିକଟରେ ଜାତୀୟ ଶିକ୍ଷାନୀତି 2020 ଆଗତ କରିଛନ୍ତି । ଏହା ଦ୍ୱାରା ପାଶ୍ଚାତ୍ୟ ଶିକ୍ଷାକୁ ଅନୁକରଣ ନ କରି କିପରି ଭାବେ ଭାରତୀୟ ସଂସ୍କୃତି ଓ ପଦ୍ଧତିରେ ଶିକ୍ଷାକୁ ପରିବର୍ଦ୍ଧିତ କରାଯାଇ ପାରିବ ସେ ନେଇ ଦୃଷ୍ଟି ଦିଆଯାଇଛି।
ତେବେ ଏହାକୁ ଆମ ଦେଶର ବିଭିନ୍ନ ଛାତ୍ରଛାତ୍ରୀ ଓ ନାଗରିକଙ୍କ ମଧ୍ୟରେ ସୂଚନା ପ୍ରଦାନ କରିବାର ଅନେକ ଆବଶ୍ୟକତା ରହିଛି । ତେଣୁ ସାରା ଭାରତବର୍ଷରେ ପ୍ରତି ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟା ଭାରତୀ, ଶିକ୍ଷାବିକାଶ ସମିତି ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ଆସନ୍ତା 25 ତାରିଖ ଠାରୁ ଜାଗରଣ ଅଭିଯାନ ଆରମ୍ଭ କରିବ । ଏହା ଅକ୍ଟୋବର 2 ଯାଏଁ ଚାଲିବ ବୋଲି କୁହାଯାଇଛି ।