ଓଡିଶା

odisha

ETV Bharat / city

ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବ ପାଇକ ବିଦ୍ରୋହର କାହାଣୀ, ରିଲିଜ ହେଲା ଟ୍ରେଲର - Buxi Jagabandhu

ଓଡିଶାରେ ସ୍ବାଧୀନତା ସଂଗ୍ରାମର ଘଟଣାବଳୀକୁ ନେଇ ଆଧାରିତ ଏହି ଧାରାବାହିକ ଷ୍ଟାର ପ୍ଲସରେ ପ୍ରସାରିତ ହେବ । ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ପାଇକୋ ବିଦ୍ରୋହର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଧାରାବାହିକ । ଅଧିକ ପଢନ୍ତୁ...

ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବ ପାଇକ ବିଦ୍ରୋହର କାହାଣୀ, ରିଲିଜ ହେଲା ଟ୍ରେଲର
ଜାତୀୟ ଚ୍ୟାନେଲରେ ପ୍ରସାରିତ ହେବ ପାଇକ ବିଦ୍ରୋହର କାହାଣୀ, ରିଲିଜ ହେଲା ଟ୍ରେଲର

By

Published : Sep 22, 2021, 4:25 PM IST

ଭୁବନେଶ୍ବର: ଜାତୀୟ ଟିଭି ଚ୍ୟାନେଲରେ ଖୁବ ଶୀଘ୍ର ପ୍ରସାରିତ ହେବାକୁ ଯାଉଛି ଧାରାବାହିକ 'ବିଦ୍ରୋହୀ' । ଓଡିଶାରେ ସ୍ବାଧୀନତା ସଂଗ୍ରାମର ଘଟଣାବଳୀକୁ ନେଇ ଆଧାରିତ ଏହି ଧାରାବାହିକ ଷ୍ଟାର ପ୍ଲସରେ ପ୍ରସାରିତ ହେବ । ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ପାଇକୋ ବିଦ୍ରୋହର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଧାରାବାହିକ ।

ଓଡ଼ିଶା ଖୋର୍ଦ୍ଧା ଗଡରେ 1817ର ଐତିହାସିକ ପାଇକା ବିଦ୍ରୋହର ସୁତ୍ରଧର ବକ୍ସି ଜଗବନ୍ଧୁ ବିଦ୍ୟାଧର ଭ୍ରମରବର ରାୟମହାପାତ୍ରଙ୍କ କିମ୍ବଦନ୍ତୀ ଷ୍ଟାର ପ୍ଲସରେ ପ୍ରସାରିତ ହେବାକୁ ଥିବା ନୂଆ ଧାରାବାହିକ 'ବିଦ୍ରୋହୀ'ରେ ପ୍ରଦର୍ଶିତ ହେବ । ଏହାର ଟ୍ରେଲର ରିଲିଜ ହୋଇସାରିଛି ।

ମଙ୍ଗଳବାର ଚ୍ୟାନେଲ ପକ୍ଷରୁ ମୁକ୍ତିଲାଭ କରିଥିବା 'ବିଦ୍ରୋହୀ'ର ଟ୍ରେଲରରେ ବକ୍ସି ଜଗବନ୍ଧୁଙ୍କୁ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ ପାଇଁ ବ୍ରିଟିଶ ସୈନ୍ୟମାନେ ଅଟକାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଏହା ପରେ ବକ୍ସି ଜଗବନ୍ଧୁଙ୍କ ସହଯୋଗୀମାନେ ଧନୁ ଏବଂ ତୀର ସାହାଯ୍ୟରେ ଆକ୍ରମଣ କରି ବ୍ରିଟିଶ ସୈନ୍ୟଙ୍କୁ ଏହାର କଡା ଜବାବ ଦେଉଛନ୍ତି ।

ମାର୍ଚ୍ଚ ୨୯ତାରିଖ ୧୮୧୭ ମସିହାରେ ଘୁମୁସରକୁ ଶତାଧିକ ବ୍ୟକ୍ତି ବାଣପୁର ଅଭିମୁଖେ ଯାତ୍ରା ତଥା ଟ୍ରେଜେରୀ ଲୁଟ୍ ଇତ୍ୟାଦିରୁ ହିଁ ପାଇକ ବିଦ୍ରୋହ ସୂତ୍ରପାତ ହୋଇଥିଲା । ଆଉ ଏହାର ସୂତ୍ରଧର ଥିଲେ ବକ୍ସି ଜଗବନ୍ଧୁ । ପାଇକ ବିଦ୍ରୋହ ଥିଲା ବାସ୍ତବ ପକ୍ଷେ ଇଂରେଜ ଶାସନ ବିରୁଦ୍ଧରେ ଏକ ଜନ ଆନ୍ଦୋଳନ । ଏଥିରେ ପାଇକ, ରୟତ, ଜମିଦାର ଦଳବେହେରା ସମସ୍ତେ ଇଂରେଜ ସରକାରଙ୍କ ଆର୍ଥିକ ଶୋଷଣ ବିରୁଦ୍ଧରେ ସ୍ବର ଉତ୍ତୋଳନ କରିଥିଲେ । ସିପାହୀ ବିଦ୍ରୋହର ଠିକ ଚାଳିଶବର୍ଷ ପୂର୍ବରୁ ଇଂରେଜ ଶାସନ ଉତ୍ପୀଡନ ବିରୁଦ୍ଧରେ ଏପରି ସଂଗ୍ରାମ ଯଥାର୍ଥରେ ଦେଶର ପ୍ରଥମ ସ୍ବାଧୀନତା ସଂଗ୍ରାମ ବୋଲି ଜୋର ଦେଇ କୁହାଯାଇପାରେ ।

ପାଇକ ବିଦ୍ରୋହର ୨୦୦ବର୍ଷ ପୂର୍ତ୍ତି ପାଳନ ପରିପ୍ରେକ୍ଷୀରେ ଖୋର୍ଦ୍ଧାର ବରୁଣେଇଠାରେ ପାଇକ ସ୍ମାରକୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅନ୍ୟାୟ ବିରୋଧରେ ଲଢ଼େଇ କରିବା ଥିଲା ପାଇକଙ୍କ ଧର୍ମ। ପାଇକ ବିଦ୍ରୋହ ସ୍ବାଧୀନତା ସଂଗ୍ରାମ ପାଇଁ ପ୍ରେରଣାର ଉତ୍ସ ଥିଲା। ଭାରତର ପ୍ରଥମ ରକ୍ତରଞ୍ଜିତ ସ୍ବାଧୀନତା ସଂଗ୍ରାମ ଖୋର୍ଦ୍ଧା ମାଟିରୁ ହିଁ ଆରମ୍ଭ ହୋଇଥିଲା ବୋଲି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଥିଲେ ।

ABOUT THE AUTHOR

...view details