ଭୁବନେଶ୍ବର: 120 ବାଟାଲିଅନ ପକ୍ଷରୁ 1971 ମସିହା ଯୁଦ୍ଧର ବିଜୟ ସ୍ମୃତିକୁ ମନେ ପକାଇ ଭୁବନେଶ୍ବରରେ ପାଳନ କରାଯାଉଛି ବିଜୟ ଦିବସ । ଏହି ଦିନ ପାକିସ୍ତାନ ସେନା କବଳରୁ ଇଷ୍ଟ ପାକିସ୍ତାନ ମୁକ୍ତ ହୋଇଥିଲା । ବାଲାଂଦେଶ ମୁକ୍ତି ସଂଗ୍ରାମ ଯୋଦ୍ଧା ଓ ଭାରତୀୟ ସେନା ମିଳିତ ଭାବେ ପାକିସ୍ତାନ ବିରୁଦ୍ଧରେ ଲଢେଇ କରିଥିଲେ । ଶତ୍ରୁପକ୍ଷ ଆତ୍ମସମର୍ପଣ କରିଥିଲା । ଏହି ଯୁଦ୍ଧରେ ଅନେକ ଯବାନ ଶହୀଦ ହେବା ସହ ଅନେକ ସାଧାରଣ ଲୋକ ମଧ୍ୟ ବଳିଦାନ ଦେଇଥିଲେ । ଏହି ଯୁଦ୍ଧରେ ଭାରତୀୟ ସେନାର ବୀରତ୍ବ ସାରା ବିଶ୍ବ ଦେଖିଥିଲା ।
120 ବାଟାଲିଅନ ପାଳିଲା ବିଜୟ ଦିବସ - ଭୁବନେଶ୍ବରରେ ବିଜୟ ଦିବସ ପାଳିତ
120 ବାଟାଲିଅନ ପକ୍ଷରୁ 1971 ମସିହା ଯୁଦ୍ଧ ସ୍ମୃତିକୁ ମନେ ପକାଇ ପାଳନ କରାଯାଉଛି ବିଜୟ ଦିବସ । ଅଧିକ ପଢନ୍ତୁ...
![120 ବାଟାଲିଅନ ପାଳିଲା ବିଜୟ ଦିବସ Victory Day is celebrated in 120 Battalions](https://etvbharatimages.akamaized.net/etvbharat/prod-images/768-512-9898203-thumbnail-3x2-vic.jpg)
120 ବାଟାଲିଅନରେ ବିଜୟ ଦିବସ ପାଳିତ
ଆଜି ବି ସେହି ସ୍ମୃତିକୁ ମନେ ପକାଇ ଗର୍ବିତ ମନେ କରୁଥିବା କହିଛନ୍ତି ଯୁଦ୍ଧ ଲଢିଥିବା ବୀର ଯବାନମାନେ । ଏହି ଯବାନମାନଙ୍କ ଦୃଢ଼ ମନୋବଳ ଓ କୌଶଳ ପାଇଁ ଭାରତୀୟ ସେନା ଏକ ଶ୍ରେଷ୍ଠ ସେନା ଭାବେ ବିଶ୍ବ ଦରବାରରେ ପରିଚିତ ହୋଇଛି । ସେଥିପାଇଁ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଶକ୍ତି ହୋଇ ମଧ୍ୟ ଚୀନ ଭାରତୀୟ ସେନା ସହିତ ସମ୍ମୁଖ ଯୁଦ୍ଧ କରିବା ପାଇଁ ଭୟ ପ୍ରକାଶ କରୁଛି ବୋଲି ପୂର୍ବତନ ସେନା ଅଧିକାରୀମାନେ ପ୍ରକାଶ କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ