ଓଡିଶା

odisha

ETV Bharat / city

ଦିଲ୍ଲୀ ଫେରିଗଲେ ଉପରାଷ୍ଟ୍ରପତି, ବିଦାୟ ଦେଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ - ଉପରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ବିଦାୟ

ଦୁଇଦିନିଆ ଗସ୍ତ ପରେ ଦିଲ୍ଲୀ ଫେରି ଯାଇଛନ୍ତି ଉପରାଷ୍ଟ୍ରପତି । ବିଦାୟ ଦେଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ...

ଦିଲ୍ଲୀ ଫେରିଗଲେ ଉପରାଷ୍ଟ୍ରପତି, ବିଦାୟ ଦେଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
ଦିଲ୍ଲୀ ଫେରିଗଲେ ଉପରାଷ୍ଟ୍ରପତି, ବିଦାୟ ଦେଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

By

Published : Apr 3, 2021, 5:34 PM IST

Updated : Apr 3, 2021, 9:14 PM IST

ଭୁବନେଶ୍ବର: ଫେରିଗଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । 2 ଦିନିଆ ଓଡିଶା ଗସ୍ତରେ ଆସିଥିବା ଉପରାଷ୍ଟ୍ରପତି ରାଜ୍ୟର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତେବେ ଉପରାଷ୍ଟ୍ରପତିଙ୍କୁ ଏୟାରପୋର୍ଟରେ ବିଦାୟ ଦେଇଛନ୍ତି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ।

ଦିଲ୍ଲୀ ଫେରିଗଲେ ଉପରାଷ୍ଟ୍ରପତି, ବିଦାୟ ଦେଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଆଜି(ଶନିବାର) ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିଲେ ଉପରାଷ୍ଟ୍ରପତି । ଏହି ଅବସରରେ ସେ କଟକରେ ସାରଳା ଦାସଙ୍କ 600ତମ ଜୟନ୍ତୀ ଅବସରରେ ଯୋଗ ଦେବାପରେ ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ତେବେ ଉପରାଷ୍ଟ୍ରପତିଙ୍କ ଗସ୍ତ ସରିବା ପରେ ସେ ଆଜି ଦିଲ୍ଲୀ ଫେରି ଯାଇଛନ୍ତି । ଭୁବନେଶ୍ବର ବିମାନ ବନ୍ଦରରେ ଉପରାଷ୍ଟ୍ରପତିଙ୍କୁ ବିଦାୟ ଦେଇଛନ୍ତି ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏନେଇ ଉପରାଷ୍ଟ୍ରପତି ନାଇଡୁ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।

ଦିଲ୍ଲୀ ଫେରିଗଲେ ଉପରାଷ୍ଟ୍ରପତି, ବିଦାୟ ଦେଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ମଧ୍ୟ ଟ୍ବିଟ ଯୋଗେ କହିଛନ୍ତି ଯେ, ରାଷ୍ଟ୍ରପତିଙ୍କୁ ପାଖରେ ପାଇବା ଆମ ପାଇଁ ସୌଭାଗ୍ୟର କଥା ଥିଲା । ଆଶାକରୁଛୁ ସେ ସୁନ୍ଦର ସ୍ମୃତି ନେଇ ଫେରିଥିବେ ।'

ଦିଲ୍ଲୀ ଫେରିଗଲେ ଉପରାଷ୍ଟ୍ରପତି, ବିଦାୟ ଦେଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 3, 2021, 9:14 PM IST

ABOUT THE AUTHOR

...view details