ଭୁବନେଶ୍ବର: ଆସନ୍ତା ଡିସେମ୍ବର 27ରେ ଓଡିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାଇଡୁ। ଏହି ଗସ୍ତ ଅବସରରେ ଉପରାଷ୍ଟ୍ରପତି ବଲାଙ୍ଗୀରର ଏଲପିଜି ପ୍ଲାଣ୍ଟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରିବେ । ଏହି ପ୍ଲାଣ୍ଟ ଜାନୁଆରୀ 2020 ସୁଦ୍ଧା 14ଟି ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ। ଏଥିସହିତ ସମସ୍ତ ଉପଭୋକ୍ତାଙ୍କୁ ଏଲପିଜି ସିଲିଣ୍ଡର ଯୋଗାଇବାରେ ସକ୍ଷମ ହୋଇପାରିବ।
ପୂର୍ବରୁ ଖୋର୍ଦ୍ଧାରେ ଏକ ବଟଲିଂ ପ୍ଲାଣ୍ଟ ରହିଛି। ବଲାଙ୍ଗିର ଜିଲ୍ଲାରେ ନିର୍ମାଣ କରାଯାଉଥିବା ବିପିସିଏଲର ଏହି ନୂତନ ବଟଲିଂ ପ୍ଲାଣ୍ଟ ରାଜ୍ୟର ଦ୍ବିତୀୟ ପ୍ଲାଣ୍ଟ ହେବ। ଏହି ପ୍ଲାଣ୍ଟର ନିର୍ମାଣ କେବଳ 19 ମାସରେ ସମ୍ପୂର୍ଣ୍ଣ ହୋଇଥିବା ବେଳେ ବାର୍ଷିକ 42 ଲକ୍ଷ ସିଲିଣ୍ଡର ଉତ୍ପାଦନ କ୍ଷମତା ରହିଛି। ଏହି ନୂତନ ପ୍ଲାଣ୍ଟ ସମ୍ପୂର୍ଣ୍ଣ ହେବା ପରେ ଓଡିଶାରେ ମୋଟ ଏଲପିଜି ପ୍ଳାଣ୍ଟର ସଂଖ୍ୟା 7ରେ ପହଞ୍ଚିଛି। ଏହି 7ଟି ବଟଲିଂ ପ୍ଲାଣ୍ଟର ବାର୍ଷିକ କ୍ଷମତା 4.06 କୋଟି ସିଲିଣ୍ଡର ହେବ।
27ରେ ବଲାଙ୍ଗୀର ଏଲପିଜି ପ୍ଳାଣ୍ଟର ଲୋକାର୍ପଣ କରିବେ ଉପରାଷ୍ଟ୍ରପତି ଅନ୍ୟପକ୍ଷରେ ରାଜ୍ୟରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । 2014ରେ ରାଜ୍ୟରେ ଏଲପିଜି ଉପଭୋକ୍ତାଙ୍କ ସଂଖ୍ୟା 20.22 ଲକ୍ଷ ରହିଥିବା ବେଳେ 2019ରେ ଏଥିରେ ବୃଦ୍ଧି ଘଟି 88.10 ଲକ୍ଷରେ ପହଞ୍ଚିଛି। ଯାହାକି ଏହି ସମୟରେ ଉପଭୋକ୍ତାଙ୍କ ସଂଖ୍ୟାକୁ 335.71 ପ୍ରତିଶତ ବୃଦ୍ଧି ଘଟାଇଛି । ତୈଳ ଉତ୍ପନ୍ନ କମ୍ପାନୀଙ୍କ ମଧ୍ୟରେ କେବଳ ବିପିସିଏଲର 21.59 ଲକ୍ଷ ଉପଭୋକ୍ତା ଅଛନ୍ତି। ଯେଉଁମାନେ ବାର୍ଷିକ 78 ଲକ୍ଷ ସିଲିଣ୍ଡର ବ୍ୟବହାର କରୁଛନ୍ତି । 2020ସୁଦ୍ଧା ଏହା 105 ଲକ୍ଷ ସିଲିଣ୍ଡରକୁ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
ବଲାଙ୍ଗୀର ରେଳଷ୍ଟେସନ ଠାରୁ 12 କିଲୋମିଟର ଦୂରରେ ଅବସ୍ଥିତ ବରକାନି ଗ୍ରାମରେ ଏହି ଏଲପିଜି ପ୍ଳାଣ୍ଟର ନିର୍ମାଣ କରାଯାଉଛି। ଏହି ପ୍ଲାଣ୍ଟ 23 ଏକର ଜମିରେ ନିର୍ମାଣ କରାଯାଉଛି। ବାର୍ଷିକ 42 ଲକ୍ଷ ସିଲିଣ୍ଡର ଉତ୍ପାଦନ କରିବା କ୍ଷମତା ରହିଛି। 2020 ସୁଦ୍ଧା କାର୍ଯ୍ୟକ୍ଷମ ହେବାକୁ ଥିବା ବେଳେ ଓଡିଶାର 1420:33 22-12-2019ଟି ଜିଲ୍ଲାର ଉପଭୋକ୍ତାଙ୍କୁ ଏଲପିଜି ସିଲିଣ୍ଡର ଯୋଗାଣ କରିବ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ