ଭୁବନେଶ୍ବର: ଆସନ୍ତା 6 ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ସେ କଟକ-ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିପାଇଁ ଓଡିଶା ପୋଲିସ ପକ୍ଷରୁ ଅନୁଷ୍ଠିତ ହୋଇଛି ପ୍ରସ୍ତୁତି ବୈଠକ।
ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି, ସୁରକ୍ଷା ବ୍ୟବସ୍ଥା ନେଇ ଡିଜିଙ୍କ ବୈଠକ - Venkaiah Naidu come to odisha on 6th october
ଓଡିଶା ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏନେଇ ଡିଜିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଫାଇଲ ଫଟୋ
ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର
ଡିଜିଙ୍କ ଅଧ୍ୟକ୍ଷତାରେ ଡିଜି କ୍ୟାମ୍ପ ଅଫିସରେ ଏହି ବୈଠକ ବସିଥିଲା । ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କିପରି କଡାକଡି କରାଯିବ ସେ ନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ଗୁଇନ୍ଦା ବିଭାଗ ଡିଜି ସୁନିଲ ରୟ, ଆଇନ ଶୃଙ୍ଖଳା ଆଇଜି, ସିଆଇଏସଏଫ ସହ ପୋଲିସ କମିଶନର ମଧ୍ୟ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ