ଭୁବନେଶ୍ବର: ବିଶିଷ୍ଠ ପାଲା ଗାୟକ ବଳଭଦ୍ର ପଣ୍ଡାଙ୍କ କୋରୋନାରେ ମୃତ୍ୟୁ । ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ବର ସ୍ଥିତ ଗଣ୍ଡରପୁରରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 75 ବର୍ଷ ହୋଇଥିଲା ।
ଗତ କିଛି ଦିନ ହେବ ସେ ବୟସାଧିକ ରୋଗରେ ପୀଡିତ ଥିଲେ । ଏହାପରେ ସେ କୋରୋନାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ମାତ୍ର ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବିୟୋଗରେ ସାରା ଓଡିଶା ସମେତ ପାଲା ଜଗତରେ ଶୋକର ଛାୟା ଖେଳିଯାଇଛି ।