ଓଡିଶା

odisha

ETV Bharat / city

ସାବାଡ ହେବେ ଅପରାଧୀ, ଟ୍ବିନସିଟିରେ ଗଠନ ହେବ କ୍ରାଇମ ୟୁନିଟ - ଓଡିଶା ପୋଲିସର କ୍ରାଇମବ୍ରାଞ୍ଚ

ଅପରାଧୀ ହେବେ ସାବାଡ । ଟ୍ବିନସିଟିରେ କମିବ ଅପରାଧ । ଅପରାଧୀଙ୍କୁ ମୂଳପୋଛ ପାଇଁ ଗଠନ ହେବାକୁ ଯାଉଛି କ୍ରାଇମ ୟୁନିଟ । ଅଧିକ ପଢନ୍ତୁ

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 24, 2019, 9:38 PM IST

ଭୁବନେଶ୍ବର: ସାବଧାନ ଅପରାଧୀ । ଅପରାଧ କରୁଥିଲେ ଏବେ ଠାରୁ ସୁଧୁରିଯାଆନ୍ତୁ । ନଚେତ ପୋଲିସ ରାଡାରରୁ ଖସିବା ମୁସ୍କିଲ । କାରଣ ଟ୍ବିନସିଟିରେ କମିଶନରେଟ ପୋଲିସ ଗଠନ କରିବ ‘କ୍ରାଇମ ୟୁନିଟ’ ଅପରାଧୀଙ୍କୁ ସାବାଡ କରିବେ ଏହି ସ୍ବତନ୍ତ୍ର ଟିମ । ଅପରାଧ ହେଉକି ହତ୍ୟା କିମ୍ବା ଲୁଣ୍ଠନ, ଦୁଷ୍କର୍ମ ସବୁଠି ଏବେ ଲାଗିବ ବ୍ରେକ । ଏସବୁକୁ ବ୍ରେକ ଲଗାଇବେ ଗଠିତ ହେବାକୁ ଥିବା ‘କ୍ରାଇମ ୟୁନିଟ’ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଓଡିଶା ପୋଲିସର କ୍ରାଇମବ୍ରାଞ୍ଚ ପରି କମିସନରେଟ ପୋଲିସରେ ମଧ୍ୟ ଗଠନ ହେବ କ୍ରାଇମ ୟୁନିଟ । ରାଜଧାନୀରେ ଘଟୁଥିବା ବଡ ବଡ ଅପରାଧ ଓ ସଂଗଠିତ ଅପରାଧୀଙ୍କ ଉପରେ ନଜର ରଖିବ ଏହି ୟୁନିଟ । ଗଠିତ ହେବାକୁ ଥିବା କ୍ରାଇମ ୟୁନିଟରେ ରହିବେ 30 ଜଣ ସ୍ପେଶାଲ ତାଲିମପ୍ରାପ୍ତ ଦକ୍ଷ ପୋଲିସ ଅଫିସର । ଯାହାଙ୍କ ନେତୃତ୍ବ ନେବେ ଜଣେ ଡିଆଇଜି ପାହ୍ୟାର ଅଧିକାରୀ ।

ଯଦି ଏହି କ୍ରାଇମ ୟୁନିଟ ଗଠିତ ହୁଏ ତେବେ କମିପାରେ ଅପରାଧ ଓ ଅପରାଧିଙ୍କ ସଂଖ୍ୟା । ଏହା ଗଠନ କରିବା ପାଇଁ କମିସନରେଟ ପୋଲିସ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି । ପ୍ରସ୍ତାବ ଅନୁସାରେ ରାଜ୍ୟ ପୋଲିସ ଆଇନ ଲାଗୁ କରିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହି ଆଇନ ଲାଗୁ ହେଲେ ଆଇନ ଶୃଙ୍ଖଳା ଓ ଅପରାଧ ନିୟନ୍ତ୍ରଣ ପାଇଁ କୌଣସି ଆଇନଗତ ସମସ୍ୟା ରହିବ ନାହିଁ । କ୍ରାଇମ ଓ ଆଇନ ଶୃଙ୍ଖଳାକୁ ଅଲଗା ପରିଚାଳନା କରିହେବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details