ଭୁବନେଶ୍ବର: ଏଣିକି ରାଜଧାନୀରେ ନନଷ୍ଟପ ଗଡିବ ଗାଡି । ବିନା ଟ୍ରାଫିକ ଟେନସନରେ ପହଁଞ୍ଚିବେ ଗନ୍ତବ୍ୟସ୍ଥଳରେ। ଟ୍ରାଫିକ ସିଗନାଲରେ ରହିବନି ରେଡ ସିଗନାଲର ଡର । କାରଣ ଖୁବଶିଘ୍ର ଲାଗୁହେବାକୁ ଯାଉଛି ଗ୍ରୀନ କରିଡର ସିଷ୍ଟମ । ଯାହା ଦ୍ବାରା ନିର୍ଦ୍ଧାରିତ ବେଗରେ ଆପଣ ଗାଡି ଚଳାଇଲେ ଅଟକିବାକୁ ପଡିବ ନାହିଁ ଟ୍ରାଫିକ ପୋଷ୍ଟରେ।
କାରଣ ଗ୍ରୀନ କରିଡର ସିଷ୍ଟମ ଲାଗୁ ଦ୍ବାରା ଏକ ନିର୍ଦ୍ଧାରିତ ବେଗରେ ଆପଣ ଗାଡି ଚଳାଇଲେ ଆପଣଙ୍କୁ ଗୋଟିଏ ପରେ ଗୋଟିଏ ପରବର୍ତ୍ତୀ ଟ୍ରାଫିକ ସିଗନାଲରେ କେବଳ ଗ୍ରିନ ସିଗନାଲ ଆସିବ । ଫଳରେ ଆପଣଙ୍କୁ ରେଡ ସିଗନାଲ ମିଳିବ ନାହିଁ କି ଟ୍ରାଫିକ ଉପରେ ଦୀର୍ଘ ସମୟ ଧରି ଅଟକିବାକୁ ପଡିବ ନାହିଁ । ଏଭଳି ସିଷ୍ଟମ ଏବେ ଟ୍ରାଏଲ ବେସିସରେ ପଟିଆରୁ ଜୟଦେବ ବିହାର ପର୍ଯ୍ୟନ୍ତ ଲାଗୁ ହୋଇଛି।
ଯାହାକୁ ନେଇ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ । ତେବେ ଏହା ସଫଳ ହେଲେ ୭ ଦିନ ମଧ୍ୟରେ ରାଜଧାନୀର ସମସ୍ତ ରୁଟରେ ଏଭଳି ନିୟମ ଲାଗୁ କରିବାକୁ ଯୋଜନା କରିଛି କମିସନରେଟ ପୋଲିସ।