ଭୁବନେଶ୍ବର: ପରିବା ଦର ଉପରେ ଲାଗୁନି ଲଗାମ । ଆକାଶଛୁଆଁ ପରିବା ଦର । ସାଧାରଣ ଲୋକ ଛାନିଆ । କୋରୋନା ପ୍ରଭାବରେ ରାଜଧାନୀରେ ଉପୁଜିଛି ଏପରି ସ୍ଥିତି ।
ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ କିଣୁଥିବା ପରିବା ମିଳୁଛି ଅଧା ଦାମରେ । ଅର୍ଥାତ ଯେଉଁଠି ପୋଟଳ କିଲୋ ରାସ୍ତାକଡରେ ୮୦ କିନ୍ତୁ ହାଟରେ ମିଳୁଛି ୪୦ । ବାଇଗଣ କିଲୋ ୪୦ ଥିଲେ ହାଟରେ ମିଳୁଛି ୨୦ । ଆଳୁ, କଖାରୁଠୁ ଆରମ୍ଭ କରି ଭଣ୍ଡା, ଝୁଡଙ୍ଗ, କଦଳୀ ଓ ଟମାଟୋର ଭଳି ତଟକା ପରିବା । ରାଜଧାନୀର ଥିବା ବିଭିନ୍ନ ହାଟରେ ଦାମ ଅଧା ଥିବା ବେଳେ ଅନ୍ୟ ପରିବା ଦୋକାନ, ରାସ୍ତାକଡ ଓ କଲୋନୀରେ ଖୋଲିଥିବା ଉଠା ଦୋକାନୀ ବିକୁଛନ୍ତି ଚଢା ଦରରେ । ଯେଉଁଥିପାଇଁ ଉପୁଜିଛି ଭୟର ବାତାବରଣ ଓ ଅଭାବୀ ବିକ୍ରିର ପରିସ୍ଥିତି ।