ଭୁବନେଶ୍ବର: ବେଦାନ୍ତ ଆଲୁମିନିୟମର ଜଳ ସେବା ଶିବିର । ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ଗତ ମାସର ପ୍ରବଳ ଖରାକୁ ଦୃଷ୍ଟିରେ ରଖି ୧୫ଟି ପ୍ରମୁଖ ସ୍ଥାନରେ ଜଳ ସେବା ଶିବିର ସ୍ଥାପନ କରିଛି । ପ୍ରତିଦିନ ପ୍ରାୟ ୧୦,୦୦୦ ଲୋକ ଏହି ଜଳ ସେବା ଶିବିର ଦ୍ବାରା ଉପକୃତ ହେଉଛନ୍ତି । ଏହି ଶିବିର ଗୁଡ଼ିକୁ ସ୍ଵେଚ୍ଛାସେବୀ ସଂଗଠନ ଦୀଶା ଓ ଅଟୋ ମହାସଙ୍ଘ ଏବଂ ବାଇଓଗ୍ରାମ ଏକ ମହିଳା ଷ୍ଟାର୍ଟଅପର ନେତୃତ୍ବରେ ପରିଚାଳନା କରୁଛନ୍ତି ।
ଭୁବନେଶ୍ବର ମୁନିସିପାଲ ନିଗମ ସହଯୋଗରେ ବର୍ତ୍ତମାନ ଏହା ସ୍ଥାନୀୟ ଲୋକମାନଙ୍କୁ ସେବା ପ୍ରଦାନ କରୁଛି । ଜଳ ଶିବିରରେ ଲୋକମାନଙ୍କୁ ଶୀତଳ ପାଣି, ଲେମ୍ବୁ ପାଣି ଓ ଘୋଳ ଦହି ବିନା ମୂଲ୍ୟରେ ପ୍ରଦାନ କରାଯାଉଛି । ଏଭଳି ପ୍ରବଳ ଖରାରେ ଲୋକ ତଥା ପଶୁପକ୍ଷୀଙ୍କ ପାଇଁ ଜଳଦାନର ଆବଶ୍ୟକତା ବହୁ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଏହି ଶିବିରକୁ ପ୍ରଶଂସା କରିଛନ୍ତି ଭୁବନେଶ୍ଵର ମେୟର ସୁଲୋଚନା ଦାସ ।