ଓଡିଶା

odisha

ଟୀକାକରଣ ନେଇ ରାଜଧାନୀରେ ପ୍ରସ୍ତୁତି

By

Published : Jan 15, 2021, 8:38 PM IST

Updated : Jan 15, 2021, 9:54 PM IST

ଟୀକାକରଣ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଶେଷ
ଟୀକାକରଣ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଶେଷ

20:58 January 15

ଟୀକାକରଣ ପାଇଁ ଜଗତସିଂହପୁରରେ ପ୍ରସ୍ତୁତି ଶେଷ

ଟୀକାକରଣ ପାଇଁ ଜଗତସିଂହପୁରରେ ପ୍ରସ୍ତୁତି ଶେଷ

ଜଗତସିଂହପୁର: ଜିଲ୍ଲାରେ ଟୀକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଟୀକାକରଣ କେନ୍ଦ୍ରର ଉଦଘାଟନ କାର୍ଯ୍ୟକ୍ରମକୁ ଜଗତସିଂହପୁର ମେଡ଼ିକାଲକୁ ଯୋଡ଼ାଯିବ। ଟିକା ନେଇଥିବା ବ୍ୟକ୍ତିଙ୍କ ସହ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ କଥାହେବାର କାର୍ଯ୍ୟକ୍ରମ ରହିଛି ।

ଏହାକୁ ନେଇ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଭିଡିଓ କନଫରେନ୍ସିଂ ରୁମର ବ୍ୟବସ୍ଥା କରାଯିବା ସହ ଜିଲ୍ଲାରେ 4ଟି ଟୀକାଦାନ କେନ୍ଦ୍ର ଖୋଲାଯାଇଛି । ସେଗୁଡିକ ହେଲା ରଘୁନାଥପୁର, ବାଲିକୁଦା, ତିତ୍ତୋଲ ଓ ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଏଠାରେ ଟୀକାକରଣ କେନ୍ଦ୍ର ଖୋଲାଯାଇ ବିଶେଷ ବ୍ୟବସ୍ଥା କରାଯାଇଛି । ଜିଲ୍ଲାରେ ମୋଟ 5 ହଜାର 100 ଟିକା ଆସି ଥିବାବେଳେ 7 ହଜାର 9 ଶହ 92 ଜଣ ପଞ୍ଜିକୃତ କରିଛନ୍ତି । 

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

20:06 January 15

ଟୀକାକରଣ ପାଇଁ ଖୋର୍ଦ୍ଧାରେ ପ୍ରସ୍ତୁତି ଶେଷ

ଟୀକାକରଣ ପାଇଁ ଖୋର୍ଦ୍ଧାରେ ପ୍ରସ୍ତୁତ ଶେଷ

ଖୋର୍ଦ୍ଧା: ମହାମାରୀ କରୋନାର ନିରାକରଣକୁ ନେଇ ଶନିବାର ଖୋର୍ଦ୍ଧା ଜିଲ୍ଲାରେ ଟୀକାକରଣ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ଜିଲ୍ଲାର ସ୍ବାସ୍ଥ୍ୟ କର୍ମୀମାନେ  କୋଭିସିଲ୍ଡ ଟିକା ନେବେ । ଏନେଇ ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ ସମସ୍ତ ବ୍ୟବସ୍ଥା କରାଯାଥିବା ଜଣାପଡିଛି ।

ଖୋର୍ଦ୍ଧା ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ସମେତ ବାଲୁଗାଁ, ମେଣ୍ଢାଶାଳ, ଜଟଣୀ, ବୋଲଗଡରେ ଥିବା ସରକାରୀ ଚିକିତ୍ସାଳୟରେ ଟୀକାକରଣ ବ୍ୟବସ୍ଥା କରାଯାଇଛି । ପ୍ରତ୍ୟେକ ଦିନ ଗୋଟିଏ ଟୀକାକରଣ କେନ୍ଦ୍ରରେ ଶହେ ଜଣଙ୍କୁ ଟିକା କରାଯିବ । ସକାଳ 9 ଟାରୁ ଟିକା ଆରମ୍ଭ ହେବ । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ସନତ ମହାନ୍ତି ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଶ୍ଵ ରଞ୍ଜନ ପତି, ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢୀ ଏବଂ ଜିଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
 

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

19:13 January 15

ଟୀକାକରଣ ପାଇଁ କେନ୍ଦୁଝରରେ ପ୍ରସ୍ତୁତି ଶେଷ

ଟୀକାକରଣ ପାଇଁ କେନ୍ଦୁଝରରେ ପ୍ରସ୍ତୁତି ଶେଷ

କେନ୍ଦୁଝର: ବହୁ ଦିନର ପ୍ରତୀକ୍ଷା ପରେ ଶନିବାର ଲୋକଙ୍କ ପାଖରେ ପହଞ୍ଚୁଛି କୋଭିଡ ମେଡିସିନ । ଦେଶ ତଥା ରାଜ୍ୟରୁ ଧିରେ ଧିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରେ ସ୍ବଦେଶୀ ଟିକା ପହଞ୍ଚିଛି, ଯାହାକୁ ନେଇ ସବୁଠି ଆଶ୍ବସ୍ଥି ସହ ଉତ୍ସାହ ଉଜ୍ଜିବିତ ହୋଇଛି । 

ତେବେ କୋରୋନା ଟୀକାକରଣ ପାଇଁ କେନ୍ଦୁଝର ଜିଲ୍ଲାରେ ପ୍ରସ୍ତୁତି ସରିଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରୁ 12 ହଜାର 509ଜଣ କୋଭିଡ ଯୋଦ୍ଧାଙ୍କୁ ଏହି ଟୀକାକରଣରେ ସାମିଲ କରିବାକୁ ପଞ୍ଜିକରଣ କରାଯାଇଛି । ଟିକା ସଂଗ୍ରହ ପାଇଁ ଏକ ସ୍ୱତନ୍ତ୍ର ଗାଡି ପୋଲିସ ସୁରକ୍ଷା ମଧ୍ୟରେ ମୋଟ 8 ହଜାର 100 ଟିକା କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଁଞ୍ଚିଥିଲା । ଏହି ଟୀକାକରଣ କିପରି ଜିଲ୍ଲାରେ ସୁରୁଖୁରୁରେ ସମ୍ପାଦିତ ହେବ ସେନେଇ ଆଜି(ଶୁକ୍ରବାର) ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଆଶିଷ ଠାକରେ ସୂଚନା ଦେଇଛନ୍ତି ।

ଏହି ଟୀକାକରଣ କେନ୍ଦୁଝର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ, ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଆନନ୍ଦପୁର, ଭଣ୍ଡା ସିଏଚସି, ପଦ୍ମପୁର ସିଏଚସି, ହରିଚନ୍ଦନପୁର ସିଏଚସିରେ ହେବାର କାର୍ଯ୍ୟକ୍ରମ ରହିଛି । 6ଟି ସେଣ୍ଟରରେ ଆରମ୍ଭ ହେବ ଟୀକାକରଣ ପ୍ରକ୍ରିୟା । ପ୍ରଥମ ଦିନ ୬ଟି ସେଣ୍ଟରରେ ୬୦୦ ଜଣ କରୋନା ଯୋଦ୍ଧାଙ୍କୁ ଟୀକା ଦିଆଯିବା ନେଇ କାର୍ଯ୍ୟକ୍ରମ ରହିଥିବା ଜିଲ୍ଲାପାଳ କହିଛନ୍ତି । ସାବଧାନତା ସହ କେନ୍ଦ୍ର ଗାଇଡ଼ ଲାଇନ ଅନୁଯାୟୀ ଟିକା ଦିଆଯିବ, ଏଥିସହ ଟିକା ସୁରକ୍ଷିତ ଭୟଭୀତ ହେବାର ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ ଦାସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । 

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

18:57 January 15

ଟୀକାକରଣ ପାଇଁ ରାଜଧାନୀରେ ପ୍ରସ୍ତୁତି ଶେଷ, ମୋଟ 6ଟି ହସ୍ପିଟାଲ ଚିହ୍ନଟ

ଟୀକାକରଣ ପାଇଁ ରାଜଧାନୀରେ ପ୍ରସ୍ତୁତି ଶେଷ, ମୋଟ 6ଟି ହସ୍ପିଟାଲ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀରେ ଟୀକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଦେଶବ୍ୟାପୀ ପ୍ରଥମ କୋରୋନା ଟୀକାକରଣ ପାଇଁ ବିଏମସି ପକ୍ଷରୁ ସମସ୍ତ ବନ୍ଦୋବସ୍ତ ସରିଛି । ମୋଟ 6ଟି ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି । ଏନେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି ।

ତେବେ ଟୀକାକରଣ ହେବାକୁ ଥିବା ହସ୍ପଟାଲଗୁଡୁକ ହେଉଛି କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍ -୪, ବିଏମସି ହସ୍ପିଟାଲ, କିମ୍ସ , ସମ୍ ହସ୍ପିଟାଲ ସମେତ ଏମ୍ସ ହସ୍ପିଟାଲରେ ଟୀକାକରଣ କରାଯିବ । ଶନିବାର ଲଞ୍ଚିଂ ଡେଟରେ ପ୍ରତି ଭ୍ୟାକ୍ସିନେସନ୍ ସେଣ୍ଟରରେ ୧୦୦ ଲେଖାଏଁ ମୋଟ୍ ୬୦୦ ଲୋକଙ୍କୁ ଟୀକାକରଣ କରାଯିବ । ବିଏମସି ପ୍ରଥମ ପର୍ଯ୍ୟାୟ ପାଇଁ ଯେତିକି ଭ୍ୟାକ୍ସିନ ପାଇଛି ସେଥିରେ ମୋଟ୍ ଭୁବନେଶ୍ୱରର ୯ ହଜାର ଲୋକଙ୍କୁ ଦିଆଯିବ ବୋଲି ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି କୋଭାକ୍ସିନ୍ । 

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Jan 15, 2021, 9:54 PM IST

ABOUT THE AUTHOR

...view details