ଭୁବନେଶ୍ବର: କଳ୍ପନା ଛକରେ ନୂଆ କୌଶଳରେ ହେଉଛି ଛିନତାଇ। କାର ଚାଳକକୁ ମୋବିଲ ଲିକ ହେଉଛି କହି ପଛରୁ ଝାମ୍ପି ନେଲେ ଭ୍ୟାନିଟି ବ୍ୟାଗ । ଏମିତି ଢଙ୍ଗରେ ୩୦ ହଜାର ଟଙ୍କା ସହ ସୁନା ଗହଣା, ଦାମି ମୋବାଇଲ ଓ କାଗଜପତ୍ର ନେଇ ଦୁର୍ବୃତ୍ତ ଫେରାର। ଲକ୍ଷ୍ମୀସାଗର ଥାନା କଳ୍ପନା ଛକ ନିକଟ ଗୋତମ ନଗର ତାରିଣି ବସ୍ତ୍ରାଳୟ ସାମ୍ନାରେ ଘଟିଛି ଏଭଳି ଘଟଣା ।
ରାଜଧାନୀରେ ମାତିଛନ୍ତି ନୂଆ ଛିନତାଇ ଗ୍ୟାଙ୍ଗ, ମୋବିଲ ଲିକ୍ ହେବା କହି ଝାମ୍ପି ନେଲେ ଟଙ୍କା ବ୍ୟାଗ - ରାଜଧାନୀ ଲୁଟ
କଳ୍ପନା ଛକରେ ନୂଆ କୌଶଳରେ ହେଉଛି ଛିନତାଇ। କାର ଚାଳକକୁ ମୋବିଲ ଲିକ ହେଉଛି କହି ପଛରୁ ଝାମ୍ପି ନେଲେ ଭ୍ୟାନିଟି ବ୍ୟାଗ। ଏମିତି ଢଙ୍ଗରେ ୩୦ ହଜାର ଟଙ୍କା ସହ ସୁନା ଗହଣା, ଦାମି ମୋବାଇଲ ଓ କାଗଜପତ୍ର ନେଇ ଦୁର୍ବୃତ୍ତ ଫେରାର। ଅଧିକ ପଢନ୍ତୁ...
ଜଣେ ଅଧ୍ୟାପିକା ତାଙ୍କ କାରରେ ରାଜମହଲରୁ କଳ୍ପନା ଆସୁଥିବା ବେଳେ କଳ୍ପନା ଟ୍ରାଫିକ ପୂର୍ବରୁ ଜଣେ ବ୍ୟକ୍ତି ଗାଡିର ମୋବିଲ ଲିକ ହେଉଥିବା ଡ୍ରାଇଭରକୁ ଈସାରାରେ କହିଥିଲେ। ଡ୍ରାଇଭର ଗାଡି ସାଇଡ କରି ଆଗକୁ ବନେଟ ଖୋଲି ଦେଖିଲା ବେଳକୁ ପଛପଟେ ଅଧ୍ୟାପିକାଙ୍କ ଉପରକୁ କିଛି ଗୋଟେ ସ୍ପ୍ରେ କରି ଭ୍ଯାନିଟି ବ୍ୟାଗ ନେଇ ଆଉ ଜଣେ ଚମ୍ପଟ ମାରିଥିଲେ। ଏନେଇ ସେ କଣ୍ଟ୍ରୋଲରୁମ ଜରିଆରେ ପୋଲିସକୁ ଜଣାଇଥିଲେ । ତେବେ ଭ୍ୟାନିଟିରେ ଟଙ୍କା ସହ ମୋବାଇଲ ଫୋନ ଓ ଏଟିଏମ କାର୍ଡ ସହ କିଛି ଗୁରୁତ୍ବପୁର୍ଣ୍ଣ କାଗଜପତ୍ର ଥିବା ସୂଚନା ମିଳିଛି । ପୂର୍ବରୁ ଲଙ୍କାଗୁଣ୍ଡ ପକାଇବା ଟଙ୍କା ପକାଇ ଏପରି ଲୁଟ ହେଉଥିବା ନଜିର ରହିଥିବା ବେଳେ ଏହା ଏକ ନୂଆ ଧରଣର ଲୁଟ ହୋଇଥିବା ପୋଲିସ ସାମ୍ନାକୁ ଆସିଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ