ଭୁବନେଶ୍ବର: ରାତି ପାହିଲେ ଗଣତନ୍ତ୍ର ଦିବସ ପାଳନ ହେବ । ଏହି ଅବସରରେ ଲୋୟର ପିଏମଜିରେ ବନ୍ଦେ ମାତରମ୍ ସଂଗଠନ ପକ୍ଷରୁ ଛୋଟ ପିଲାଙ୍କୁ ନେଇ ମେରା ଜାନ ହିନ୍ଦୁସ୍ଥାନ ନାମକ ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଛି । ଏଥିସହ ସାରେ ଯାହାଁସେ ଆଚ୍ଛା ହିନ୍ଦୁସ୍ତା ହମାରା ସଂଗୀତକୁ ପରିବେଷଣ କରାଯାଇଛି । ଏହାର ଅର୍ଥ ହେଉଛି ଭାରତର କଳା ସଂସ୍କୃତି ନିଦର୍ଶନରେ ସାରା ବିଶ୍ବକୁ ଚକିତ କରି ପାରିଛି ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।
ସେହିପରି ଭାରତ ବିବିଧତା ମଧ୍ୟରେ ଏକତାକୁ ମୂଳମନ୍ତ୍ର କରି ସବୁଠି ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ତେବେ ଆଜି ଏହି ବାର୍ତ୍ତା ନେଇ ଲୋୟର ପିଏମଜିରେ ବନ୍ଦେ ମାତରମ ସଂଗଠନ ପକ୍ଷରୁ ମେରା ଜାନ ହିନ୍ଦୁସ୍ଥାନ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଛି । ତେବେ ଏହା ଆମ ଗଣତନ୍ତ୍ର ପାଇଁ ନିହାତି ଜରୁରୀ ବୋଲି ସଂଗଠନ କହିଛି।