ଭୁବନେଶ୍ବର: ଆସନ୍ତା ମେ 1ରୁ ଘରୋଇ ହସ୍ପିଟାଲକୁ ଦିଆଯାଉଥିବା 250 ଟଙ୍କିଆ ଟିକାକୁ ବନ୍ଦ କରି ଦିଆଯିବ । ଘରୋଇ ହସ୍ପିଟାଲ ସିଧାସଳଖ ଫାର୍ମା କମ୍ପାନୀ ଠାରୁ ଟିକା କିଣିବେ। ବ୍ୟବସ୍ଥା ଅନୁସାରେ 50 ପ୍ରତିଶତ କୋଟାରୁ ଟିକା କିଣିବେ ଘରୋଇ ହସ୍ପିଟାଲ। ଏପ୍ରିଲ 30 ରୁ ସବୁ ଘରୋଇ ଟୀକାକରଣ କେନ୍ଦ୍ରକୁ ଟିକା ବନ୍ଦ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ମେ’ 1ରୁ ଘରୋଇ ହସ୍ପିଟାଲକୁ ଟିକା ଯୋଗାଣ ବନ୍ଦ - ଟିକା କରଣ ପ୍ରସଙ୍ଗ
ଆସନ୍ତା ମେ 1ରୁ ଘରୋଇ ହସ୍ପିଟାଲକୁ ଦିଆଯାଉଥିବା ଟିକା ବନ୍ଦ ରହିବ । ସିଧା ଳଖ ଫାର୍ମା କମ୍ପାନୀ ଠାରୁ ଟିକା କିଣିବେ ଘରୋଇ ହସ୍ପିଟାଲ । ଅଧିକ ପଢନ୍ତୁ....
ମେ 1 ରୁ ଘରୋଇ ହସ୍ପିଟାଲକୁ ଟୀକା ଯୋଗାଣ ବନ୍ଦ
କେନ୍ଦ୍ର ସରକାରଙ୍କ ଦ୍ୱାରା ଟିକା ଗ୍ରହଣ କରୁଥିବା ଘରୋଇ ହସ୍ପିଟାଲର ଟିକା ଯୋଗାଣ ଏବଂ ପ୍ରତି ଡୋଜ ପ୍ରତି 250 ଟଙ୍କା ପର୍ଯ୍ୟନ୍ତ କିଣା ପଡୁଥିଲା। ଯାହା ଏହାକୁ ମେ 1 ତାରିଖରୁ ବନ୍ଦ କରି ଦିଆଯାଇଛି । ଏନେଇ ସମସ୍ତ ଜିଲ୍ଲାପାଳ,ପୌରପାଳିକା ଗୁଡିକୁ ମଧ୍ୟ ଅବଗତ କରି ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ , ଇଟିଭି ଭାରତ