ଭୁବନେଶ୍ବର: ସଂକ୍ରମଣ ବୃଦ୍ଧି ପାଉଥିବା ରାଜ୍ୟରୁ ଓଡ଼ିଶା ଆସୁଥିବା ଲୋକ ମାନଙ୍କର ଆରଟିପିସିଆର ଟେଷ୍ଟିଂ କରାଯିବ । ସେମାନଙ୍କୁ 7 ଦିନ ସଙ୍ଗରୋଧରେ ରହିବାକୁ ହେବ । ଏହାସହ ପଶ୍ଚିମବଙ୍ଗ ଫେରନ୍ତାଙ୍କ ବି ପରୀକ୍ଷା ହେବ। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।
ସେ କହିଛନ୍ତି, ‘ଏ ଯାଏଁ କିଛି କଟକଣା ଲାଗିନି । ସରକାରୀ ଓ ଘରୋଇ ହସ୍ପିଟାଲ ପ୍ରସ୍ତୁତ ରଖିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆସରିଛି । ବୁଧବାର ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ 25 ଲକ୍ଷ ଟିକା ପାଇଁ ଚିଠି ଲେଖିଛି । ପୂର୍ବର ACS ବି ଚିଠି ଲେଖିଥିଲେ । ଦିନକୁ 2.5 ଲକ୍ଷ ଟିକା ଦରକାର । ଓଡ଼ିଶାରେ ମାତ୍ର 0.5 ଟିକା ନଷ୍ଟ ହୋଇଛି । 10 ଦିନ ପାଇଁ ଆମକୁ 25 ଲକ୍ଷ ଟିକା ଦେବାକୁ ମୁଁ ଚିଠି ଲେଖିଛି’ ।