ଓଡିଶା

odisha

ETV Bharat / city

ଘରୋଇ ଡାକ୍ତରଖାନାରେ ହେବ ଟୀକାକରଣ - ଟୀକାକରଣ

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ଘରୋଇ ଡାକ୍ତରଖାନାରେ ହେବ କୋଭିଡ ଟୀକାକରଣ । ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

ଘରୋଇ ଡାକ୍ତରଖାନାରେ ହେବ ଟୀକାକରଣ
ଘରୋଇ ଡାକ୍ତରଖାନାରେ ହେବ ଟୀକାକରଣ

By

Published : Feb 26, 2021, 10:16 PM IST

ଭୁବନେଶ୍ବର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ଘରୋଇ ଡାକ୍ତରଖାନାରେ ହେବ କୋଭିଡ ଟୀକାକରଣ । ଏନେଇ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।

ରାଜ୍ୟରେ ଥିବା 183ଟି ଘରୋଇ ଡାକ୍ତରଖାନାରେ ହେବ କୋଭିଡ ଟୀକାକରଣ । ଘରୋଇ ଡାକ୍ତରଖାନାଗୁଡ଼ିକୁ ଯୋଗ୍ୟ ନାଗରିକଙ୍କ ଟୀକାକରଣ ପାଇଁ କୋଭିଡ ଟୀକାକରଣ କେନ୍ଦ୍ର (PCVC) ଭାବରେ ଅନୁମତି ଦିଆଯାଇଛି ।

ଏସବୁ ଡାକ୍ତରଖାନାରେ ଟୀକାକରଣ ଲାଗି ଆବଶ୍ୟକ ଆନୁସାଙ୍ଗିକ ବ୍ୟବସ୍ଥା କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଶୁକ୍ରବାର ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଏଥିସହ COWIN 2.0 ପାଇଁ ଗାଇଡଲାଇନ ମଧ୍ୟ ଜାରୀ କରାଯାଇଛି ।

ଆବଶ୍ୟକ ବ୍ୟବସ୍ଥା-

  1. ଟୀକା ରଖିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା
  2. ପର୍ଯ୍ୟାପ୍ତ ପରିମାଣର ଶୀତତାପ ନିୟନ୍ତ୍ରଣ ରୁମ
  3. ୱେଟିଂ ହଲ, ଭ୍ୟାକ୍ସିନେସନ ହଲ ଓ ଅବଜରବେସନ ହଲ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ
  4. ତାଲିମପ୍ରାପ୍ତ ଟୀକାକରଣକାରୀ ଏବଂ ଯାଞ୍ଚକାରୀଙ୍କୁ ନିଯୁକ୍ତି ଲାଗି ବ୍ୟବସ୍ଥା

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details