ଓଡିଶା

odisha

ETV Bharat / city

4 ରୁ 5 ମାସ ମଧ୍ୟରେ ସରିବ ଟୀକାକରଣ: ବିଜୟ ପାଣିଗ୍ରାହୀ - ଓଡିଶା ଟୀକାକରଣ

4 ରୁ 5 ମାସ ମଧ୍ୟରେ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

4 ରୁ 5 ମାସ ମଧ୍ୟରେ ସରିବ ଟୀକାକରଣ: ବିଜୟ ପଣିଗ୍ରାହୀ
4 ରୁ 5 ମାସ ମଧ୍ୟରେ ସରିବ ଟୀକାକରଣ: ବିଜୟ ପଣିଗ୍ରାହୀ

By

Published : Jul 6, 2021, 12:08 PM IST

ଭୁବନେଶ୍ବର: ରାଜ୍ୟରେ ଟୀକାକରଣ ଦ୍ରୁତଗତିରେ ଚାଲୁରହିଛି । ଦୈନିକ 3 ଲକ୍ଷ ଟୀକାକରଣ କରାଯାଉ ଥିବାବେଳେ ଗତକାଲି(ସୋମବାର) 4 ଲକ୍ଷ ଟୀକାକରଣ କରାଯାଇଛି । ତେବେ 4 ରୁ 5 ମାସ ମଧ୍ୟରେ ଆମେ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଶେଷ ହେବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।

4 ରୁ 5 ମାସ ମଧ୍ୟରେ ସରିବ ଟୀକାକରଣ: ବିଜୟ ପଣିଗ୍ରାହୀ
ବିଜୟ ପାଣିଗ୍ରାହୀ କହିଛନ୍ତି ଯେ, 'ଗତକାଲି ଆମର 1735 ଟିକାଦାନ କେନ୍ଦ୍ରରେ ଟୀକାକରଣ ହୋଇଛି । ଆମର ଆଗରୁ 3 ଲକ୍ଷ ଟୀକାକରଣ ପାଇଁ ଥିଲା । ମାତ୍ର ଗତକାଲି ଆମର ଲକ୍ଷ୍ୟ ଧାର୍ଯ୍ୟଠୁ ଅଧିକ ଟୀକାକରଣ ହୋଇଛି । ଗତକାଲି 4 ଲକ୍ଷ 2 ହଜାର 434 ଜଣଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା 1 କୋଟି 24 ଲକ୍ଷ 91 ହଜାର 857 ଟୀକାକରଣ ହୋଇଛି ।'

1657 ଟି ଟିକାଦାନ କେନ୍ଦ୍ରରେ ଟୀକାକରଣ ଚାଲିଛି । 4 ରୁ 5 ମାସ ମଧ୍ୟରେ ଆମେ ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଶେଷ ହେବ । ବର୍ତ୍ତମାନ ଲୋକମାନେ ଟିକା ନେବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି ଏବଂ ଅନସାଇଟ ଉପରେ ଲୋକମାନେ ଅଧିକ ଟିକା ନେବାକୁ ଆସୁଥିବାରୁ ଟୀକାକରଣ କେନ୍ଦ୍ରରେ ଭିଡ଼ ହେଉଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details