ଭୁବନେଶ୍ବର:ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଏମସିର ସ୍ୱତନ୍ତ୍ର ପଦକ୍ଷେପ । ସ୍ବତନ୍ତ୍ର ଡ୍ରାଇଭ ଜରିଆରେ ସେମାନଙ୍କ ପାଇଁ କରାଯିବ ଟୀକାକରଣ ବ୍ୟବସ୍ଥା । 1929 କଲସେଣ୍ଟର ଜରିଆରେ ଛାତ୍ରଛାତ୍ରୀଙ୍କୁ ପଞ୍ଜିକରଣ କରିବାକୁ ହେବ । ଆଜିଠାରୁ (ସୋମବାର) ଆରମ୍ଭ ହୋଇଛି ପଞ୍ଜିକରଣ ।
ବର୍ତ୍ତମାନ ସୁଦ୍ଧା ମୋଟ 60 ଜଣ ଛାତ୍ରଛାତ୍ରୀ ପଞ୍ଜିକରଣ କରିଛନ୍ତି । ସେଥିମଧ୍ୟରୁ 16ଜଣ ଡକ୍ୟୁମେଣ୍ଟ ସହ 1929ରେ ପଞ୍ଜିକରଣ କରିଛନ୍ତି। ଯେଉଁମାନେ ପ୍ରଥମ ଡୋଜ କୋଭକ୍ସିନ ନେଇଛନ୍ତି ସେମାନଙ୍କ ଦ୍ୱିତୀୟ ଡୋଜ ଦେବା ବ୍ୟବସ୍ଥା କରାଯିବ। ଯେଉଁମାନେ ପ୍ରଥମ ଡୋଜ ନେଇ ନାହାନ୍ତି ସେମାନଙ୍କ ଦୁଇଟି ଡୋଜ ସେମାନଙ୍କ ଇଚ୍ଛା ମୁତାବକ ଦିଆଯିବ ।