ଓଡିଶା

odisha

ଘରୋଇ ହସ୍ପିଟାଲରେ ବନ୍ଦ ହେଲା ଟୀକାକରଣ

By

Published : Jun 22, 2021, 2:15 PM IST

ଘରୋଇ ହସ୍ପିଟାଲରେ ଟୀକାକରଣ ବନ୍ଦ, ଉତ୍ପାଦନକାରୀ କମ୍ପାନୀଠାରୁ ସିଧାସଳଖ କିଣିପାରିବେ ଟୀକା। ଅଧିକ ପଢନ୍ତୁ...

ଘରୋଇ ହସ୍ପିଟାଲରେ  ବନ୍ଦ ହେଲା ଟୀକାକରଣ
ଘରୋଇ ହସ୍ପିଟାଲରେ ବନ୍ଦ ହେଲା ଟୀକାକରଣ

ଭୁବନେଶ୍ବର:କେନ୍ଦ୍ର ସରକାରଙ୍କ ପରବର୍ତ୍ତୀ ଟୀକାକରଣ ନୀତି ଲାଗୁ ହେବା ପରେ ଘରୋଇ ହସ୍ପିଟାଲ ଗୁଡିକ ସର୍ଭିସ ଚାର୍ଜ ନେଇ ଦେଉଥିବା ଟୀକାକୁ ବନ୍ଦ କରି ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ।

ଘରୋଇ ହସ୍ପିଟାଲରେ ବନ୍ଦ ହେଲା ଟୀକାକରଣ

ଗୋଟିଏ ଟିକା ପାଇଁ 100 ଟଙ୍କା ସର୍ଭିସ ଚାର୍ଜ ନେଉଥିଲେ ଘରୋଇ ହସ୍ପିଟାଲ । ଘରୋଇ ହସ୍ପିଟାଲ ଗୁଡିକ ଚାହିଁଲେ ଆଜିଠୁ ସିଧାସଳଖ ଭ୍ୟାକ୍ସିନ ପ୍ରସ୍ତୁତକାରୀ କମ୍ପାନୀ ଠୁ ଟିକା କିଣି ଦେଇ ପାରିବେ । ସରକାର ଯେଉଁ ଦର ଧାର୍ଯ୍ୟ କରିଛନ୍ତି, ସେହି ଦର ଅନୁଯାୟୀ ଟୀକାକରଣ କରିବେ ।

କୋଭିସିଲ୍ଡ ଟିକା 780 ଟଙ୍କା ଓ କୋଭାକ୍ସିନ ଟିକା 1410 ଟଙ୍କା ଧାର୍ଯ୍ୟ କରାଯାଇଛି । ସେହି ଦର ଅନୁଯାୟୀ ସେମାନେ ଟୀକାକରଣ କରିପାରିବେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଅନ୍ୟପଟେ ରାଜ୍ୟରେ ଟୀକାକାରଣକୁ ନେଇ କିଭଳି ଭାବରେ ତ୍ବରାନ୍ବିତ କରାଯିବ ସେନେଇ ପ୍ରସ୍ତୁତ ଚାଲିଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details