ଭୁବନେଶ୍ବର: ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିବା ନେଇ ଆଜି ବିଭିନ୍ନ ସ୍ଥାନରେ ଉତ୍ତେଜନା ପ୍ରକାଶ ପାଇଛି । ବିଜେପି କର୍ମୀ ଏ ନେଇ ପ୍ରତିବାଦ କରିଛନ୍ତି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଦେବୀ ମିଶ୍ର ।
ଟିକାକରଣକୁ ନେଇ ରାଜନୀତି ନ ହେବା ଉଚିତ: ଦେବୀ - ବିଜେଡି ନେତା ଦେବୀ ମିଶ୍ର
ଟିକାକରଣ କେନ୍ଦ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିବା ନେଇ ବିବାଦ ପରେ ପ୍ରତିକ୍ରିୟା ରଖିଲା ବିଜେଡି । ଅଧିକ ପଢନ୍ତୁ...
ଦେବୀ କହିଛନ୍ତି ଯେ, ଜନସାଧାରଣଙ୍କ ପଇସାରେ ଟିକାକରଣ ହେଉଛି । ଏଥିରେ ମୋଦି ଟିକା, ଷ୍ଟାଲିନ ଟିକା, ମମତା, ନୀତିଶ ଟିକା କି ନବୀନ ଟିକା ବୋଲି କିଛି ନାହିଁ । ଟୀକା କେନ୍ଦ୍ରରେ ଫଟୋକୁ ନେଇ ରାଜନୀତି ହେବା ଉଚିତ ନୁହେଁ । ରାଜନୈତିକ ଦୃଷ୍ଟି କୋଣରୁ ବିବାଦ କରାଯାଉଛି । ଟିକାରେ କଣ କେନ୍ଦ୍ର ଫଣ୍ଡ, ଏଥିରେ କଣ ରାଜ୍ୟମାନଙ୍କର ଯୋଗଦାନ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଦେବୀ । ଏହାକୁ ନେଇ ହୀନ ରାଜନୀତି କରିବା ଉଚିତ ନୁହେଁ । କେଉଁଠି ଫଟୋ ଲାଗିଲା କେଉଁଠି ହୋଡ଼ିଂ ଲାଗିଲା, ଏଥିରେ କିଛି ଲୋକଙ୍କର ଗାତ୍ର ଦାହ କାହିଁକି ହେଉଛି ବୋଲି ଦେବୀ ପ୍ରଶ୍ନ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ