ଓଡିଶା

odisha

ETV Bharat / city

ଶିକ୍ଷକ ଓ ସ୍କୁଲ୍ କର୍ମଚାରୀଙ୍କୁ ସ୍ୱତନ୍ତ୍ର କ୍ୟାମ୍ପେନରେ ଟୀକାକରଣ - କ୍ୟାମ୍ପେନ ମୋଡରେ ଶିକ୍ଷକଙ୍କୁ ଟିକା

ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଟୀକାକରଣ ପାଇଁ ସ୍ୱତନ୍ତ୍ର କ୍ୟାମ୍ପେନ କରିବାକୁ ମ୍ୟୁନିସିପାଲ କମିଶନର ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

ଶିକ୍ଷକ ଓ ସ୍କୁଲ୍ କର୍ମଚାରୀଙ୍କୁ ସ୍ୱତନ୍ତ୍ର କ୍ୟାମ୍ପେନରେ ଟୀକାକରଣ
ଶିକ୍ଷକ ଓ ସ୍କୁଲ୍ କର୍ମଚାରୀଙ୍କୁ ସ୍ୱତନ୍ତ୍ର କ୍ୟାମ୍ପେନରେ ଟୀକାକରଣ

By

Published : Aug 28, 2021, 7:27 AM IST

ଭୁବନେଶ୍ବର: ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀଙ୍କ ଟୀକାକରଣ ପାଇଁ ସ୍ୱତନ୍ତ୍ର କ୍ୟାମ୍ପେନ କରିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ଉଭୟ ସରକାରୀ ଓ ବେସରକାରୀ ସ୍କୁଲର ଦ୍ୱିତୀୟ ଡୋଜ ନେବାକୁ ଥିବା ଶିକ୍ଷକ ଏବଂ କର୍ମଚାରୀଙ୍କ ପାଇଁ କରାଯିବ କ୍ୟାମ୍ପେନ । ଗୁରୁ ଦିବସ ପୂର୍ବରୁ ସମସ୍ତ ଶିକ୍ଷକଙ୍କ ଟୀକାକରଣ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର ।

ବ୍ଲକ ଏବଂ ସହରାଞ୍ଚଳରେ ଶିକ୍ଷକ ଓ ଅଣଶିକ୍ଷକ ତଥା କର୍ମଚାରୀଙ୍କୁ କରାଯିବ ଟୀକାକରଣ । ଏନେଇ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ସମ୍ବଲପୁର ଓ ରାଉରକେଲା ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିବା ସହ ଅନ୍ୟ ଜିଲ୍ଲାର ଜିଲ୍ଲାପଳମାନଙ୍କୁ ମଧ୍ୟ ଚିଠି ଲେଖିଛନ୍ତି । ତେଣୁ ବିଦ୍ୟାଳୟର ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନର କାର୍ଯ୍ୟକାରିତା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details