ଭୁବନେଶ୍ବର:ଆସନ୍ତାକାଲିଠୁ ରାଜ୍ୟରେ କ୍ୟାମ୍ପେନ ମୋଡ଼ରେ ଆରମ୍ଭ ହେବ ଟୀକାକରଣ ପ୍ରକ୍ରିୟା। ସମସ୍ତ ବ୍ଲକ ଓ ମୁନିସପାଲଟିରେ କ୍ୟାମ୍ପେନ ମୋଡ଼ରେ ହେବ ଟୀକାକରଣ। ରାଜ୍ୟକୁ କେନ୍ଦ୍ର ଯୋଗାଇଥିବା ଟିକା ଲୋକଙ୍କୁ ଦିଆଯିବ। ଏଥିପାଇଁ ପ୍ରତ୍ୟେକ ବ୍ଲକରେ 5 ଟି ସେସନ, ଏନଏସସି ରେ 5 ଟି ଲେଖାଏଁ ସେସନ, ପୌର ପରିଷଦରେ 10 ଟି ଓ ମହାନଗର ନିଗମରେ 20 ଟି ସେସନ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।
ଉଭୟ ଅନଲାଇନ ଓ ଅଫଲାଇନ ଟୀକାକରଣ ପାଇଁ ଜିଲ୍ଲା ସ୍ତରରେ ଯୋଜନା କରାଯିବ। ସଠିକ ସମୟରେ ଦ୍ବିତୀୟ ଡୋଜ ଦିଆଯିବା ଉପରେ ଗୁରୁତ୍ବ ମଧ୍ୟ ଦିଆଯିବ। ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ନିର୍ଦେଶ ଦେଇଛନ୍ତି ।