ଓଡିଶା

odisha

ETV Bharat / city

କାଲିଠୁ ସମ୍ମୁଖ ଯୋଦ୍ଧାଙ୍କୁ ଟୀକାକରଣ, ପ୍ରଥମେ ଟିକା ନେବେ ପୋଲିସ୍ ଡିଜି

ଶନିବାରଠୁ ସମ୍ମୁଖ ଯୋଦ୍ଧାଙ୍କୁ ଟୀକାକରଣ । ପ୍ରଥମେ ଟୀକା ଗ୍ରହଣ କରିବେ ପୋଲିସ ଡିଜି ଅଭୟ । ଅଧିକ ପଢନ୍ତୁ...

ଆସନ୍ତାକାଲିଠୁ ପୋଲିସ ଟୀକାକରଣ, ପ୍ରଥମେ ନେବେ ଟୀକା ଡିଜି
ଆସନ୍ତାକାଲିଠୁ ପୋଲିସ ଟୀକାକରଣ, ପ୍ରଥମେ ନେବେ ଟୀକା ଡିଜି

By

Published : Feb 5, 2021, 5:09 PM IST

Updated : Feb 5, 2021, 6:27 PM IST

ଭୁବନେଶ୍ବର:ଆସନ୍ତାକାଲି (ଶନିବାର)ଠୁ ପୋଲିସ କର୍ମଚାରୀ ନେବେ କୋରୋନା ଟିକା । କଟକ ଓ ଭୁବନେଶ୍ବରରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଟୀକାକରଣ । କମିସନରେଟ ପୋଲିସ, ଡିସିପି ଭୁବନେଶ୍ବର ୭ମ ବାଟାଲିୟନ, ଗୁଇନ୍ଦା, ଏସଓଜି, ବିଜୁ ପଟ୍ଟନାୟକ ଏକାଡେମୀ ସମେତ ୧୯ଟି ପୋଲିସ ପ୍ରତିଷ୍ଠାନର ୮ ହଜାର ୯୩୭ ପୋଲିସ ଓ ହୋମହାର୍ଡ କର୍ମଚାରୀ ଟିକା ଗ୍ରହଣ କରିବେ । ଏନେଇ ରିଜର୍ଭ ପୋଲିସ ବାଟାଲିୟନ ହସ୍ପିଟାଲ, ୭ମ ବାଟାଲିୟନ ହସ୍ପିଟାଲ, ସିପି ଅଫିସ ଆଦି ୩ଟି ସ୍ଥାନରେ ଟୀକାକରଣ କରାଯିବ।

କାଲିଠୁ ସମ୍ମୁଖ ଯୋଦ୍ଧାଙ୍କୁ ଟୀକାକରଣ, ପ୍ରଥମେ ଟିକା ନେବେ ପୋଲିସ୍ ଡିଜି

ଆନୁଷ୍ଠାନିକଭାବେ ପୋଲିସ ଡିଜି ଅଭୟ କଟକରେ ଆସନ୍ତାକାଲି ୯ଟା ୩୦ରେ ପ୍ରଥମେ ଟିକା ଗ୍ରହଣ କରିବେ । ତେବେ ଆସନ୍ତାକାଲିଠୁ (ଶନିବାର) ପୋଲିସ କର୍ମଚାରୀଙ୍କ ସମେତ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ ଟିକା ।

କଟକରେ ରାଜ୍ଯ ପୋଲିସର ସଦର ମହକୁମା, ଡିସିପି ଭୁବନେଶ୍ବର, ଫାୟାର ସର୍ଭିସ, କ୍ରାଇମବ୍ରାଞ୍ଚ ପରି ୧୧ଟି ପୋଲିସ ପ୍ରତିଷ୍ଠାନର ୬ ହଜାର ୭୬୭ଜଣ ପୋଲିସ ଓ ହୋମଗାର୍ଡ କର୍ମଚାରୀଙ୍କୁ ଟିକା ଦିଆଯିବ । ଏଥିପାଇଁ ନେତାଜୀ ଇନଡୋର ଷ୍ଟାଡିୟମରେ ଟିକାକରଣ ପାଇଁ ବ୍ଯବସ୍ଥା କରାଯାଇଛି ।

ପୋଲିସ ଡିଜି ଅଭୟ ପ୍ରଥମେ ଟିକା ଗ୍ରହଣ କରିବା ପରେ ଅନ୍ଯ ବରିଷ୍ଠ ଅଧିକାରୀ ଓ ଅନ୍ଯାନ୍ଯ ପୋଲିସ କର୍ମଚାରୀ ଟିକା ନେବେ । ୬ରୁ ୭ଦିନ ମଧ୍ଯରେ ସମସ୍ତ ପୋଲିସ କର୍ମଚାରି ଟିକା ନେବେ ବୋଲି ଆଶା ରଖାଯାଇଥିବା କହିଛନ୍ତି ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 5, 2021, 6:27 PM IST

ABOUT THE AUTHOR

...view details