ଓଡିଶା

odisha

ETV Bharat / city

ମଙ୍ଗଳବାର ଏହି ଜିଲ୍ଲାଗୁଡିକରେ ହେବନି ଟୀକାକରଣ

ଟିକା ଅଭାବ ଯୋଗୁଁ ହେବନି ଟୀକାକରଣ । ମଙ୍ଗଳବାର 11ଟି ଜିଲ୍ଲାରେ ଟୀକାକରଣ ବନ୍ଦ ପାଇଁ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

ମଙ୍ଗଳବାର ଏହି ଜିଲ୍ଲାଗୁଡିକରେ ହେବନି ଟୀକାକରଣ
ମଙ୍ଗଳବାର ଏହି ଜିଲ୍ଲାଗୁଡିକରେ ହେବନି ଟୀକାକରଣ

By

Published : May 3, 2021, 11:02 PM IST

ଭୁବନେଶ୍ବର: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ଅନେକ ରାଜ୍ୟରେ ରହିଛି ଟିକା ଅଭାବ । ଏନେଇ ବନ୍ଦ ହେବାରେ ଲାଗିଛି ଟୀକାକରଣ । ଏହାକୁ ଦୃଷ୍ଟିରେ ରଖି ମଙ୍ଗଳବାର ଓଡିଶାର 11ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ ।

ରାଜ୍ୟର ଅନେକ ସ୍ଥାନରେ ଟୀକାକରଣ ଠିକ ଭାବରେ ପରିଚାଳନା ହୋଇପାରୁନାହିଁ । ଏହା ଫଳରେ ବିଭିନ୍ନ ଟୀକାକରଣ କେନ୍ଦ୍ରରୁ ଲୋକଙ୍କୁ ଫେରିବାକୁ ପଡୁଛି ।

ରାଜ୍ୟରେ 11ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରଖାଯିବ । ଏଥି ମଧ୍ୟରେ ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ସମ୍ବଲପୁର, ଓ ସୋନପୁରରେ ଜିଲ୍ଲା ସାମିଲ ରହିଛି । ଏନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭଗ ।


ସୂଚନା ଅନୁଯାୟୀ ରାଜ୍ୟରେ 1500ଟି ଟୀକାକରଣ କେନ୍ଦ୍ର ରହିଥିବା ବେଳେ ସୋମବାର 256ଟି କେନ୍ଦ୍ରରେ ଟୀକାକାରଣ କରାଯାଇଛି । ସେପଟେ 1244ଟି କେନ୍ଦ୍ରରେ ଟୀକାକରଣ ବନ୍ଦ ରହିଥିଲା । ବର୍ତ୍ତମାନ ରାଜ୍ୟରେ ମୋଟ 46 ହଜାର 220 କୋଭିସିଲ୍ଡ ଟିକା ଉପଲବ୍ଧ ଥିବାବେଳେ 3 ଲକ୍ଷରୁ ଉର୍ଦ୍ଧ କୋଭାକ୍ସିନ ଡୋଜ ରହିଛି । ଆହୁରି 25 ଲକ୍ଷ ଡୋଜ ଟିକା ଅର୍ଡର ଦେଇଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ


ABOUT THE AUTHOR

...view details