ଓଡିଶା

odisha

ETV Bharat / city

ଟିକା ସାର୍ଟିଫିକେଟ ଉପରେ ସାଇବର ଠକଙ୍କ ନଜର, ସୋସିଆଲ ମିଡିଆରେ କରନ୍ତୁନି ପୋଷ୍ଟ - vaccination certificate

ଟୀକାକରଣ ସାର୍ଟିଫିକେଟ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି କି ? ଆପଣ ହୋଇଯାନ୍ତୁ ସତର୍କ କାରଣ ଆପଣ ହୋଇପାରନ୍ତି ସାଇବର ଠକଙ୍କ ଶିକାର। ଅଧିକ ପଢନ୍ତୁ...

ଟିକା ସାର୍ଟିଫିକେଟ ଉପରେ ସାଇବର ଠକଙ୍କ ନଜର, ସୋସିଆଲ ମିଡିଆରେ କରନ୍ତୁନି ପୋଷ୍ଟ
ଟିକା ସାର୍ଟିଫିକେଟ ଉପରେ ସାଇବର ଠକଙ୍କ ନଜର, ସୋସିଆଲ ମିଡିଆରେ କରନ୍ତୁନି ପୋଷ୍ଟ

By

Published : Jun 11, 2021, 10:59 PM IST

ଭୁବନେଶ୍ବର: ଭ୍ୟାକ୍ସିନେସନ ସାର୍ଟିଫିକେଟ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି କି ? ଆପଣ ହୋଇପାରନ୍ତି ସାଇବର ଠକଙ୍କ ଶିକାର। ଏ ନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଲୋକଙ୍କୁ ସୂଚନା ଜାରି କରାଯାଇଛି ।

ଟିକା ସାର୍ଟିଫିକେଟ ଉପରେ ସାଇବର ଠକଙ୍କ ନଜର, ସୋସିଆଲ ମିଡିଆରେ କରନ୍ତୁନି ପୋଷ୍ଟ

କୋରୋନା ଭାଇରସକୁ ମୁକାବିଲା କରିବା ପାଇଁ ସମସ୍ତେ ନେଉଛନ୍ତି ଟୀକା । ବର୍ତ୍ତମାନ ଦେଶରେ ଟୀକାକରଣ ପ୍ରକ୍ରିୟା ଚାଲିଛି । ଏହି ପରିପ୍ରେକ୍ଷୀରେ ଟୀକାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଜୋସରେ ଟିକା ସାର୍ଟିଫିକେଟକୁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ସାଇବର ଠକ ଜାଣୁଛି ଆପଣଙ୍କ ଗୁପ୍ତ ତଥ୍ୟ । ଏପରିକି ଟିକାର କ୍ୟୁଆର କୋର୍ଡରୁ ଆପଣଙ୍କ ତଥ୍ୟ ହାସଲ ପରେ ଆପଣଙ୍କୁ ଯୋଗାଯୋଗ କରି ଠକେଇ ପାଇଁ ଯୋଜନା ରଚୁଛନ୍ତି । କାରଣ ଆପଣଙ୍କ ଆଧାର ନମ୍ବର ସମେତ ନାମ ଓ ମୋବାଇଲ ନମ୍ବର ସବୁକିଛି ଯାହା ଟିକା ସାର୍ଟିଫିକେଟରେ ଉପଲବ୍ଧ ତାହା ସାଇବର ଠକ ଜାଣିଗଲେ ଆପଣଙ୍କୁ ବିଭିନ୍ନ ଉପାୟରେ ଠକେଇ ଶିକାର କରିପାରନ୍ତି । ଏପରିକି ପ୍ରଥମ ଡୋଜର ସାର୍ଟିଫିକେଟରୁ ତଥ୍ୟ ଜାଣି ଦ୍ବିତୀୟ ଡୋଜ ପାଇଁ ସ୍ଲଟ ବୁକିଂ ଆଳରେ କଲ କରି ଆପଣଙ୍କଠୁ ତଥ୍ୟ ନେଇ ଠକାମିର ଜାଲ ବିଛାଇପାରନ୍ତି ।

ଟିକା ସାର୍ଟିଫିକେଟ ଉପରେ ସାଇବର ଠକଙ୍କ ନଜର, ସୋସିଆଲ ମିଡିଆରେ କରନ୍ତୁନି ପୋଷ୍ଟ

ସେସବୁକୁ ଦୃଷ୍ଟିରେ ରଖି ଆପଣଙ୍କ ଟିକା ସାର୍ଟିଫିକେଟ ବା ଟିକା ପାଇଁ ଆସୁଥିବା ମେସେଜକୁ ଅନ୍ୟକୁ ସେୟାର କରନ୍ତୁ ନାହିଁ କି ସୋସିଆଲ ମିଡିଆରେ ପୋଷ୍ଟ କରନ୍ତୁ ନାହିଁ ବୋଲି ସାଇବର ଏକ୍ସପର୍ଟ ମାନେ ମତ ଦେଇଛନ୍ତି । ଏନେଇ ସରକାରଙ୍କ ପକ୍ଷରୁ ଗୃହ ମନ୍ତ୍ରାଣାଳୟ ମଧ୍ୟ ସଚେତନ କରିବାକୁ ଆଡଭାଇଜାରି ଜାରି କରିଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା,ଇଟିଭି ଭାରତ

ABOUT THE AUTHOR

...view details