ଓଡିଶା

odisha

ରାଜଧାନୀର ଜରାଶ୍ରମରେ ଆରମ୍ଭ ହେଲା ଟୀକାକରଣ, ବିଏମସିର ପଦକ୍ଷେପକୁ ସାଧାରଣରେ ସ୍ବାଗତ

By

Published : Jun 2, 2021, 10:52 PM IST

ରାଜଧାନୀର ଜରାଶ୍ରମରେ ଆରମ୍ଭ ହେଲା ଟୀକାକରଣ । ଅଧିକ ପଢନ୍ତୁ...

ରାଜଧାନୀର ଜରାଶ୍ରମରେ ଆରମ୍ଭ ହେଲା ଟିକାକରଣ, ବିଏମସିର ପଦକ୍ଷେପକୁ ସାଧାରଣରେ ସ୍ବାଗତ
ରାଜଧାନୀର ଜରାଶ୍ରମରେ ଆରମ୍ଭ ହେଲା ଟିକାକରଣ, ବିଏମସିର ପଦକ୍ଷେପକୁ ସାଧାରଣରେ ସ୍ବାଗତ

ଭୁବନେଶ୍ବର:ଜରାଶ୍ରମରେ ବିଏମସିର ଟୀକାକରଣ ଆରମ୍ଭ । ଟୀକାକରଣରେ ସବୁବର୍ଗଙ୍କୁ ସାମିଲ କରିବା ପାଇଁ ଅଣ୍ଟା ଭିଡ଼ିଲା ବିଏମସି । ସବୁ ବର୍ଗଙ୍କୁ ଟିକା ପ୍ରଦାନ କରିବା ପାଇଁ ଗୁରୁତ୍ବ ଦେଉଛି ମହାନଗର ନିଗମ । ସେହିପରି ସ୍ବତନ୍ତ୍ର ବର୍ଗଙ୍କୁ ଚିହ୍ନଟ କରି କୋଭିଡ ଟିକାଜନିତ ସହାୟତା ଦେବାରେ ବର୍ତ୍ତମାନ ବିଏମସି ବିଭିନ୍ନ ବର୍ଗଙ୍କୁ ସାମିଲ କରୁଛି । ପ୍ରଥମେ ବରିଷ୍ଠ ନାଗରିକ, ବାସହୀନ, ଦିବ୍ୟାଙ୍ଗ ଆଉ ଏବେ ବୃଦ୍ଧାଶ୍ରମର ଅନ୍ତେବାସୀଙ୍କୁ ଟିକା ପ୍ରଦାନ ଆରମ୍ଭ କରିଛି ବିଏମସି । ବିଶେଷକରି ବରିଷ୍ଠ ନାଗରିକ, ବୃଦ୍ଧାଶ୍ରମରେ ଥିବା ଅସହାୟ ବୟସ୍କଙ୍କୁ ପ୍ରାଧାନ୍ୟ ଦେଇ ଟୀକାକରଣରେ ସାମିଲ କରୁଛି।

ରାଜଧାନୀର ଜରାଶ୍ରମରେ ଆରମ୍ଭ ହେଲା ଟିକାକରଣ, ବିଏମସିର ପଦକ୍ଷେପକୁ ସାଧାରଣରେ ସ୍ବାଗତ

କରୋନା ଯେଉଁଭଳି ଭୟଙ୍କର ରୂପ ନେଇଛି, ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଟୀକାକରଣ ସହାୟକ ହେବ ବୋଲି ମଧ୍ୟ ମତ ପ୍ରକାଶ ପାଇଛି । ରାଜଧାନୀର ଶ୍ରୀ କ୍ରିଷ୍ଣା ଓଲଡ଼ ଏଜ ହୋମର 3ଟି ସ୍ଥାନରେ ଥିବା କେନ୍ଦ୍ରରେ ଟୀକାକରଣ ପାଇଁ ବିଏମସିକୁ ଅନୁରୋଧ କରାଯାଇଥିଲା । ବିଏମସି ପକ୍ଷରୁ ସେଠାରେ ଆଜିଠୁ ଟୀକାକରଣ ଆରମ୍ଭ ହୋଇଛି । କିଛି ଅନ୍ତେବାସୀ ପ୍ରଥମ ଡୋଜ ପାଇଥିଲେ ଆଉ ଆଜି କିଛି ଦ୍ବିତୀୟ ଡୋଜ ଟିକା ଗ୍ରହଣ କରିଛନ୍ତି । ପ୍ରାୟ ୫୦ ଜଣ ଅନ୍ତେବାସୀଙ୍କୁ ଆଜି ଟୀକାକରଣ କରାଯାଇଛି । ବିଏମସି ପକ୍ଷରୁ ସବୁ ବର୍ଗଙ୍କୁ ଟୀକାକରଣରେ ସାମିଲ କରାଯାଉଛି । ଆଜି ଜରାଶ୍ରମରେ ସମସ୍ତ ଅନ୍ତେବାସୀ ଟୀକା ଗ୍ରହଣ କରିଛନ୍ତି । ବିଏମସିର ଏଭଳି ପଦକ୍ଷେପକୁ ଉଭୟ ଅନ୍ତେବାସୀ ଓ ଏହାର କର୍ତ୍ତୃପକ୍ଷ ସ୍ବାଗତ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details