ଓଡିଶା

odisha

ETV Bharat / city

ଖାଲି ପଡିଛି ପଦବୀ, ଧାରଣାରେ ଶିକ୍ଷକ ଶିକ୍ଷୟିତ୍ରୀ - ଲୋୟର ପିଏମଜି

ଲୋୟର ପିଏମଜିରେ ଖେଳ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଧାରଣା । ତେବେ ଯୋଗ୍ୟତା ଥାଇ ଦୀର୍ଘଦିନ ଧରି ବେକାର ହୋଇ ବସିଥିବା ଶିକ୍ଷକମାନେ ଏଭଳି ବିକ୍ଷୋଭ କରିଛନ୍ତି।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

By

Published : Aug 27, 2019, 2:06 PM IST

Updated : Aug 27, 2019, 2:14 PM IST

ଭୁବନେଶ୍ବର: ରାଜରାସ୍ତାରେ ଧାରଣା ଦେଇଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ। ରାଜ୍ୟରେ ବଢୁଥିବା ଶିକ୍ଷିତ ବେକାରୀଙ୍କ ସମସ୍ୟାକୁ ନେଇ ମଙ୍ଗଳବାର ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ଖେଳ, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ଶିକ୍ଷୟିତ୍ରୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ତାଙ୍କ କହିବା ଅନୁସାରେ, ସରକାରୀ ସ୍ତରରେ ଜଣେ ଶିକ୍ଷକ ହେବା ପାଇଁ ଯାହା ଗାଇଡ଼ ଲାଇନ ରହିଛି, ସବୁକୁ ସେମାନେ ପାସ କରିସାରିଛନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଚାକିରୀ ଖଣ୍ଡିଏ ପାଇ ନାହାଁନ୍ତି। ଦିନକୁ ଦିନ ବୟସ ବଢ଼ିବାରେ ଲାଗିଛି ହେଲେ ଚାକିରୀ ପାଇବାର ଯୋଗ୍ୟ ଥାଇ ମଧ୍ୟ ବେକାରୀ ହୋଇ ବୁଲୁଛିନ୍ତି ଓଏସଏସଟିଇଟି ପରୀକ୍ଷା ପାସ କରିଥିବା ଶହଶହ ଛାତ୍ରଛାତ୍ରୀ।

ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ 8926 ପଦବୀ ଖେଳ, ହିନ୍ଦୀ ଓ ସଂସ୍କୃତ ପାଇଁ ପଦବୀ ଖାଲିପଡିଛି । ହେଲେ ଏସବୁ ଦେଖିବି ରାଜ୍ୟ ସରକାର ଚୁପ ହୋଇ ବସିଛନ୍ତି। ଯଦି ଆଗାମୀ ଦିନରେ ତାଙ୍କ ଦୁଃଖ ସରକାର ନବୁଝନ୍ତି ସେମାନେ ଆନ୍ଦୋଳନକୁ ଆହୁରି ତୀଵ୍ର କରିବେ ବୋଲି ପ୍ରକାଶ କରିଛନ୍ତି ।


ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

Last Updated : Aug 27, 2019, 2:14 PM IST

ABOUT THE AUTHOR

...view details