ଭୁବନେଶ୍ବର: ସାରା ବିଶ୍ବରେ ମହାମାରୀ କୋରୋନାର ସ୍ଥିତି ଏବେ ଉତ୍କଟ ହେବାରେ ଲାଗିଛି । ଅନେକ ଲୋକଙ୍କର ଜୀବନ ମଧ୍ୟ ଯାଇସାରିଲାଣି । ସେହିଭଳି ଆମ ଦେଶ ତଥା ରାଜ୍ୟରେ ଏହାର ପ୍ରଭାବ ଧୀରେ ଧୀରେ ବୃଦ୍ଧି ପାଉଥିବାବେଳେ ଏହି ଭୂତାଣୁର କବଳରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିବା ଓ ସାନିଟାଇଜ କରିବା ଅତ୍ୟନ୍ତ ଜରୁରୀ ହୋଇ ପଡିଛି।
କରୋନା ଭୂତାଣୁକୁ ମାରିବ ୟୁଭିସି ଉପକରଣ - UVC devices will kill corona virus
ଅତିବାଇଗଣି ରଶ୍ମି ବା ୟୁଭିସି ଦ୍ବାରା କୋରୋନା ଭୂତାଣୁର ପ୍ରଭାବକୁ ରୋକିବା ସମ୍ଭବ ହୋଇ ପାରିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏହି ୟୁଭିସିକୁ ବିନିଯୋଗ କରି ଲକ୍ଷ୍ୟ ଟେକ୍ନୋକ୍ରାଟ ପକ୍ଷରୁ ୟୁଭିସି ଲ୍ୟାମ୍ପ, ୟୁଭିସି ବ୍ଲାଷ୍ଟର ଓ ୟୁଭିସି କ୍ୟାବିନେଟ ପ୍ରସ୍ତୁତ କରାଯାଇଛି । ଅଧିକ ପଢନ୍ତୁ...
ତେବେ ଏହା ବ୍ୟତୀତ ଏହି ଭୂତାଣୁର ବିନାଶ ଅତିବାଇଗଣି ରଶ୍ମି ବା ୟୁଭିସି ଦ୍ବାରା ସମ୍ଭବ ହୋଇ ପାରିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ଏହି ରଶ୍ମିଦ୍ବାରା ଏହାର ପ୍ରଭାବକୁ ରୋକା ଯାଇ ପାରିବ ବୋଲି କୁହାଯାଏ । ଆଉ ଭାରତରେ ଏହି ୟୁଭିସିକୁ ବିନିଯୋଗ କରି ଲକ୍ଷ୍ୟ ଟେକ୍ନୋକ୍ରାଟ ପକ୍ଷରୁ ୟୁଭିସି ଲ୍ୟାମ୍ପ, ୟୁଭିସି ବ୍ଲାଷ୍ଟର ଓ ୟୁଭିସି କ୍ୟାବିନେଟ ପ୍ରସ୍ତୁତ କରାଯାଇଛି ।
ଏହା ମାଧ୍ୟମରେ ଦୈନନ୍ଦିନ ଜୀବନରେ ବ୍ୟବହୃତ ସରଞ୍ଜାମ ସହିତ ଅଫିସ, ଘର, ହୋଟେଲ , ରେଳ ଷ୍ଟେସନ ଆଦିକୁ ଭୂତାଣୁ ମୁକ୍ତ କରାଯାଇ ପାରିବ ବୋଲି ଏହାର ନିର୍ଦେଶକ ମନିସ ଶାହା ସୂଚନା ଦେଇଛନ୍ତି । ଏହା ସାଧାରଣ ଲୋକଙ୍କ ପକେଟକୁ ସୁହାଇଲା ଭଳି ଓ DRDO ଅନୁମୋଦିତ ପ୍ରଯୁକ୍ତି ବିଦ୍ୟା ଅନୁଯାୟୀ ପ୍ରସ୍ତୁତ ହୋଇଥିବା ସେ କହିଛନ୍ତି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ