ଓଡିଶା

odisha

By

Published : Oct 9, 2021, 5:31 PM IST

ETV Bharat / city

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 144ତମ ଜନ୍ମ ତିଥି

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 144ତମ ଜନ୍ମ ତିଥି । ଏହି ଅବସରରେ ଭୁବନେଶ୍ବର ଗୋପବନ୍ଧୁ ଛକ ସ୍ଥିତ ମହାନ ନେତାଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ...

utkalaman pandit gopabandhu das
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 144ତମ ଜନ୍ମ ତିଥି

ଭୁବନେଶ୍ବର: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 144ତମ ଜନ୍ମ ତିଥି । ଏହି ଅବସରରେ ଭୁବନେଶ୍ବର ଗୋପବନ୍ଧୁ ଛକ ସ୍ଥିତ ମହାନ ନେତାଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ କଂଗ୍ରେସ, ଉତ୍କଳ ସମ୍ମିଳନୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, DYO, AIDSO, AIUTUC, AIMSS ଆଦି ବିଭିନ୍ନ ରାଜନୈତିକ ଓ ଗଣ ସଂଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 144ତମ ଜନ୍ମ ତିଥି

ବିଧାନସଭା ପରିସରରେ ଗୋପବନ୍ଧୁଙ୍କ ଜନ୍ମଜୟନ୍ତୀ ପାଳନ କରାଯାଇଛି । ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଚିବ ବିଷ୍ଣୁ ପଦ ସେଠୀ ଓ ନିର୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଆ ଭାଷାର ସୁରକ୍ଷା ସହିତ ପ୍ରଚାର ଓ ପ୍ରସାର ପାଇଁ ତଥା ସମାଜରେ ଉତ୍ସର୍ଗୀକୃତ ସେବା କ୍ଷେତ୍ରରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବପୀଢ଼ିଙ୍କୁ ପରାମର୍ଶ ଦେଇଛନ୍ତି ଏଠାରେ ଉପସ୍ଥିତ ନେତା ଓ ବୁଦ୍ଧିଜୀବୀ । ସେହିପରି ଏହି ଅବସରରେ ବିଛିନ୍ନାଞ୍ଚଳରେ ଓଡ଼ିଆ ଭାଷାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିପାଇଁ ଉତ୍କଳ ସମ୍ମିଳନୀ ପକ୍ଷରୁ ଜାରି ରହିଥିବା ଉଦ୍ୟମ ଆଗକୁ ଆହୁରି ତ୍ବରାନ୍ବିତ ହେବ ବୋଲି ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି କହିଛନ୍ତି।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ 144ତମ ଜନ୍ମ ତିଥି

ସେହିପରି ରାଜ୍ୟ କଂଗ୍ରେସ ପକ୍ଷରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ କଂଗ୍ରେସ ବିଧାୟକ ସୁର ରାଉତରାୟ ଓ କଂଗ୍ରେସ କର୍ମୀ ମାନେ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଗୋପବନ୍ଧୁ ଦାସଙ୍କ ସ୍ମୃତିଚାରଣ କରିବା ସହ ଓଡିଶା ପାଇଁ ସେ ଯାହା କରି ଯାଇଛନ୍ତି ତାହା ଅବର୍ଣ୍ଣନୀୟ ସେ କାଳଜୟୀ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details