ଭୁବନେଶ୍ବର: NIRF ରାଙ୍କିଙ୍ଗରେ ଶ୍ରେଷ୍ଠ ୧୦୦ ବିଶ୍ବବିଦ୍ୟାଳୟ ବର୍ଗରେ ଓଡିଶାର ଏକମାତ୍ର ସରକାରୀ ବିଶ୍ଵବିଦ୍ୟାଳୟ ଉତ୍କଳ ୮୮ ତମ ସ୍ଥାନରେ ରହିଛି । ଗତବର୍ଷ ଏହା ୮୭ ରାଙ୍କରେ ଥିଲା । ଉତ୍କଳ ବିଶ୍ବବିଦ୍ୟାଳୟ ଗୋଟିଏ ସ୍ଥାନ ତଳକୁ ଖସି ଆସିବା ନେଇ ପ୍ରତିକ୍ରିୟା ରଖିଛନ୍ତି ଏହାର କୁଳପତି ସବିତା ଆଚାର୍ଯ୍ୟ । ସେ କହିଛନ୍ତି, ''ଗତବର୍ଷ ଅପେକ୍ଷା ଏ ବର୍ଷ ଉତ୍କଳ ବିଶ୍ବବିଦ୍ୟାଳୟ ଭଲ ସ୍କୋର ରଖିଛି । ବିଶ୍ବବିଦ୍ୟାଳୟ ନିଜ ନିୟମକାନୁନ ମଧ୍ୟରେ ରହିଆସିଛି ଏବଂ ଏହା ଭିତରେ ଯାହା ବି କରିପାରୁଛି ସେଇଟା ସବୁଠୁ ବଡ କଥା । କିନ୍ତୁ ଆଗାମୀ ବର୍ଷ ଭଲ ରାଙ୍କରେ ରହିବାକୁ ଚେଷ୍ଟା କରିବୁ'' ବୋଲି ସେ କହିଛନ୍ତି ।
NIRF Rankings 2022: 88 ରାଙ୍କରେ ଉତ୍କଳ ବିଶ୍ବବିଦ୍ୟାଳୟ, ପ୍ରତିକ୍ରିୟା ରଖିଲେ କୁଳପତି - Utkal University chancellor reaction on NIRF ranking
NIRF ତାଲିକାରେ ଶ୍ରେଷ୍ଠ ୧୦୦ ବିଶ୍ବବିଦ୍ୟାଳୟ ବର୍ଗରେ ୮୮ ତମ ସ୍ଥାନରେ ରହିଛି ଉତ୍କଳ ବିଶ୍ବବିଦ୍ୟାଳୟ । ଏହାକୁ ନେଇ ପ୍ରତିକ୍ରିୟା ରଖିଲେ ବିଶ୍ଵବିଦ୍ୟାଳୟର କୁଳପତି । ଅଧିକ ପଢନ୍ତୁ
ଉତ୍କଳ ବିଶ୍ବବିଦ୍ୟାଳୟ 88 ରାଙ୍କ ରେ ରହିବା ପରେ ବିଶ୍ଵବିଦ୍ୟାଳୟର କୁଳପତିଙ୍କ ପତିକ୍ରୀୟା,
ଉତ୍କଳ ବିଶ୍ବବିଦ୍ୟାଳୟ 88 ରାଙ୍କ ରେ ରହିବା ପରେ ବିଶ୍ଵବିଦ୍ୟାଳୟର କୁଳପତିଙ୍କ ପତିକ୍ରୀୟା,
ଆହୁରିମଧ୍ୟ କୁଳପତି କହିଛନ୍ତି ଯେ, ''ଏବେ ନୂତନ ଶିକ୍ଷା ନୀତି ଉପରେ ଫୋକସ କରାଯାଉଛି । ପିଲାମାନେ କିଭଳି ସ୍ବାବଲମ୍ବୀ ହେବେ, ଡିଜିଟାଲାଇଜେନସକୁ ବୃଦ୍ଧି କରାଯିବା ତାହା ଉପରେ ଧ୍ୟାନ ଦିଆଯିବ । ଏହି ବିଶ୍ଵବିଦ୍ୟାଳୟରେ ସୀମିତ ସମୟ ମଧ୍ୟରେ ଯାହା କରାଯିବ ନିଶ୍ଚିତ ରୂପେ ପିଲାଙ୍କ ଭବିଷ୍ୟତ କିପରି ଭଲ ରହିବ ତାହା ଉପରେ ନଜର ରଖାଯିବ ।'' ସରକାରୀ ବିଶ୍ଵବିଦ୍ୟାଳୟକୁ କେବେହେଲେ ଘରୋଇ ବିଶ୍ବବିଦ୍ୟାଳୟ ସହିତ ସାମଞ୍ଜସ୍ୟ କରିହେବ ନାହିଁ ବୋଲି କୁଳପତି ସବିତା ଆଚାର୍ଯ୍ୟ କହିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର
TAGGED:
Utkal University