ଓଡିଶା

odisha

ETV Bharat / city

50ତମ ସମାବର୍ତ୍ତନ ଉତ୍ସବ ପାଇଁ ପ୍ରସ୍ତୁତ ଉତ୍କଳ ବିଶ୍ଵବିଦ୍ୟାଳୟ

ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ଯୋଗଦାନକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି । ଅଧିକ ପଢନ୍ତୁ...

50ତମ ସମାବର୍ତ୍ତନ ଉତ୍ସବ ପାଇଁ ପ୍ରସ୍ତୁତ ଉତ୍କଳ ବିଶ୍ଵବିଦ୍ୟାଳୟ
50ତମ ସମାବର୍ତ୍ତନ ଉତ୍ସବ ପାଇଁ ପ୍ରସ୍ତୁତ ଉତ୍କଳ ବିଶ୍ଵବିଦ୍ୟାଳୟ

By

Published : Apr 2, 2021, 3:20 PM IST

ଭୁବନେଶ୍ବର:50ତମ ସମାବର୍ତ୍ତନ ଉତ୍ସବ ପାଇଁ ପ୍ରସ୍ତୁତ ଉତ୍କଳ ବିଶ୍ଵବିଦ୍ୟାଳୟ । ଆସନ୍ତାକାଲି(ଶନିବାର) ଉତ୍କଳ ବିଶ୍ୱବିଦ୍ୟାଳୟରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ସରି ଥିବାବେଳେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଶେଷ କରି କାର୍ଯ୍ୟକ୍ରମକୁ ଆସୁଥିବା ପ୍ରତିଟି ବ୍ୟକ୍ତିଙ୍କ କୋରୋନା ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି ।



ସୂଚନା ଅନୁଯାୟୀ ଆସନ୍ତାକାଲି ଉତ୍କଳ ବିଶ୍ଵବିଦ୍ୟାଳୟର 50ତମ ସମାବର୍ତ୍ତନ ଉତ୍ସବ । ଏହି କାର୍ଯ୍ୟକ୍ରମରେ ଯୋଗଦେବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ଏହାସହ 2020 ଶିକ୍ଷା ବର୍ଷର ଛାତ୍ରଛାତ୍ରୀଙ୍କୁ ଗୋଲ୍ଡ ମେଡାଲ ପ୍ରଦାନ କରାଯିବ । ଏନେଇ ସମ୍ପୂର୍ଣ୍ଣ ବିଶ୍ୱବିଦ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତେବେ 7 ଦିନ ପୂର୍ବରୁ ଉତ୍କଳ ବିଶ୍ଵବିଦ୍ୟାଳୟରେ ସୁରକ୍ଷା କଡ଼ାକଡ଼ି କରାଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି ।

ଏପରିକି ଆସନ୍ତାକାଲି କାର୍ଯ୍ୟକ୍ରମରେ ଯୋଗଦେବାକୁ ଥିବା ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀଙ୍କ ଆରଟିପିସିଆର ଟେଷ୍ଟ କରାଯିବା ବାଧ୍ୟତାମୂଳକ ରହିଛି । ଏହି କାର୍ଯ୍ୟକ୍ରମରେ 200 ଛାତ୍ରଛାତ୍ରୀଙ୍କ କୋରୋନା ଟେଷ୍ଟ କରାଯାଇ ଥିବାବେଳେ କାର୍ଯ୍ୟକ୍ରମରେ 500 ଜଣଙ୍କୁ ଅନୁମତି ଦିଆଯାଇଛି ବୋଲି କହିଛନ୍ତି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ ସାହୁ ।

ଏପଟେ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟର କହିଛନ୍ତି ଯେ, ଉପରାଷ୍ଟ୍ରପତିଙ୍କ ଆଗମନକୁ ନେଇ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ରହି ଥିବାବେଳେ ରାଜ୍ୟପାଳ ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ରହିବେ ।





ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details