ଓଡିଶା

odisha

ETV Bharat / city

ଉତ୍କଳ ବିଶ୍ଵବିଦ୍ୟାଳୟ ପ୍ଲାଟିନମ ଜୁବୁଲି: ପ୍ରତିକ୍ରିୟା ଦେଲେ ପୁରାତନ ଛାତ୍ରଛାତ୍ରୀ - ପ୍ଲାଟିନମ ଜୁବୁଲିରେ ପୁରାତନ ଛାତ୍ରଛାତ୍ରୀଙ୍କ ପ୍ରତିକ୍ରିୟା

୭୫ ବର୍ଷରେ ପଦାର୍ପଣ କରିଥିବା ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉତ୍ସବ ଆରମ୍ଭ ହୋଇଛି । ଏହି ଅବସରରେ ପୁରାତନ ଛାତ୍ରଛାତ୍ରୀ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Nov 23, 2019, 11:20 PM IST

ଭୁବନେଶ୍ବର: ଶୁକ୍ରବାର 75 ବର୍ଷରେ ପଦାର୍ପଣ କରିଛି ଉତ୍କଳ ବିଶ୍ବବିଦ୍ୟାଳୟ । ଏହି ଅବସରରେ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍‌ ଜୁବୁଲି ଉତ୍ସବ ଆରମ୍ଭ ହୋଇଛି । ଉକ୍ତ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏଥିରେ ଉତ୍କଳ ବିଶ୍ବବିଦ୍ୟାଳୟର ବହୁ ପୁରାତନ ଓ ନୂତନ ଛାତ୍ରଛାତ୍ରୀ ଯୋଗ ଦେବା ସହ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଉତ୍କଳ ବିଶ୍ଵବିଦ୍ୟାଳୟର ପୂରାତନ ଛାତ୍ର ତଥା ବର୍ତ୍ତମାନର ରାଜନେତା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ, ପୂର୍ବ ଅପେକ୍ଷା ବର୍ତ୍ତମାନ ସମୟରେ ବିଶ୍ବ ବିଦ୍ୟାଳୟରେ ଅନେକ ପାଠ୍ୟକ୍ରମ ଆରମ୍ଭ ହୋଇଛି । ବର୍ତ୍ତମାନ ସମୟରେ ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ, ଆଲୁମିନି କମିଟି ମାଧ୍ୟମରେ ବିଶ୍ବବିଦ୍ୟାଳୟ ସହ ଯୋଡି ହୁଅନ୍ତି ତେବେ ଅଧିକ ଭାବରେ ବିଶ୍ବବିଦ୍ୟାଳୟର ଉନ୍ନତି ହେବ । ଯହାଦ୍ବାରା ଛାତ୍ରଛାତ୍ରୀ ସଫଳତା ସହ ଆଗକୁ ବଢ଼ିପାରିବେ ।

ସେହିପରି ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ ନୂତନ କରି ପଦବୀରେ ରହିଥିବା ସତ୍ୟଜିତ ମହାନ୍ତି ମଧ୍ୟ ନିଜ ମତ ଦେଇଛନ୍ତି । ୩୫ ବର୍ଷ ଭିତରେ ଉତ୍କଳ ବିଶ୍ବବିଦ୍ୟାଳୟରେ କୌଣସି ପରିବର୍ତ୍ତନ ଦେଖାଯାଉନାହିଁ । ଭାରତର ପୁରାତନ ବିଶ୍ବବିଦ୍ୟାଳୟ ଭିତରୁ ଉତ୍କଳ ବିଶ୍ଵବିଦ୍ୟାଳୟ ପୁରାତନ ଭାବରେ ପରିଗଣିତ ହେଉଛି । ଆଗାମୀ ଦିନରେ ଉତ୍କଳ ବିଶ୍ବବିଦ୍ୟାଳୟ କିଭଳି ଭାବରେ ୧୦ଟି ବିଶ୍ବବିଦ୍ୟାଳୟ ଭିତରେ ଆସିବ ସେ ନେଇ ପ୍ରଚେଷ୍ଟା ଜାରି ରହିବ । ଏଥିସହିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟକୁ ଭାରତର ଏକ ପରିଚିତ ବିଶ୍ବବିଦ୍ୟାଳୟ ଭାବରେ ପରିଗଣିତ କରିବା ଦିଗରେ ପ୍ରୟାସ କରାଯିବ ।

ଓଡିଶା ସ୍କିଲ ଡେଭଲମେଣ୍ଟର ଚେୟାରମ୍ୟାନ ସୁବ୍ରତ ବାଗଚି କହିଛନ୍ତି ଯେ, ଆଜିର ଏହି ମୁହୂର୍ତ୍ତ ଏକ ଆବେଗପୂର୍ଣ୍ଣ ମୁହୂର୍ତ୍ତ । ଏହି ବିଶ୍ବବିଦ୍ୟାଳୟ ନା ଛାତ୍ରଙ୍କ ନା ଶିକ୍ଷକଙ୍କ ଏହା ହେଉଛି ସାରା ଓଡ଼ିଆଙ୍କ ବିଶ୍ବବିଦ୍ୟାଳୟ । ଏହି ବିଶ୍ବବିଦ୍ୟାଳୟରୁ ହିଁ ଆଧୁନିକ ଓଡ଼ିଶାର ଗଠନ ହୋଇଛି । ଯେତେବେଳେ ଉତ୍କଳ ବିଶ୍ଵବିଦ୍ୟାଳୟର ଶତବାର୍ଷିକୀ ହେବ ସେହି ସମୟରେ ପୃଥିବୀର କୋଣ ଅନୁକୋଣରେ ଉତ୍କଳ ବିଶ୍ଵବିଦ୍ୟାଳୟ ପରିଚୟ ଲାଭ କରିସାରିଥିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details