ଓଡିଶା

odisha

ETV Bharat / city

ଉତ୍କଳ ବିଶ୍ଵବିଦ୍ୟାଳୟ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

କୋଭିଡ -19 ସଂକ୍ରମଣ ବୃଦ୍ଧି ହେତୁ ହଷ୍ଟେଲ ଖାଲି କରିବା ପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟ ନିଷ୍ପତ୍ତି ନେଇଛି। ଛାତ୍ରଛାତ୍ରୀଙ୍କୁ ଆସନ୍ତା 12 ତାରିଖରୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ...

ଉତ୍କଳ ବିଶ୍ଵବିଦ୍ୟାଳୟର ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ
ଉତ୍କଳ ବିଶ୍ଵବିଦ୍ୟାଳୟର ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

By

Published : Apr 8, 2021, 11:04 PM IST

ଭୁବନେଶ୍ବର: କୋଭିଡ -19 ସଂକ୍ରମଣ ବୃଦ୍ଧି ହେତୁ ହଷ୍ଟେଲ ଖାଲି କରିବା ପାଇଁ ଉତ୍କଳ ବିଶ୍ଵବିଦ୍ୟାଳୟ ନିଷ୍ପତ୍ତି ନେଇଛି। ଛାତ୍ରଛାତ୍ରୀଙ୍କୁ ଆସନ୍ତା 12 ତାରିଖରୁ ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଉତ୍କଳ ବିଶ୍ଵବିଦ୍ୟାଳୟର ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ
ପିଜି 4 ସେମିଷ୍ଟାର ପରିକ୍ଷାର୍ଥୀମାନେ ଏପ୍ରିଲ 12 ସୁଦ୍ଧା ହଷ୍ଟେଲ ଖାଲି କରିବେ। ଏପ୍ରିଲ 16 ସୁଦ୍ଧା PG ପ୍ରଥମ ସେମିଷ୍ଟାର ଛାତ୍ରଛାତ୍ରୀ ସେମିଷ୍ଟାର ପରୀକ୍ଷା ସମାପ୍ତ ହେବା ପରେ ତୁରନ୍ତ ହଷ୍ଟେଲଗୁଡିକ ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏମ ଫିଲ୍ (ଅନ୍ତିମ ସେମିଷ୍ଟାର ଛାତ୍ରଛାତ୍ରୀ), Ph.D ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବାକୁ ଅନୁମତି ଦିଆଯିବ।

ହଷ୍ଟେଲଗୁଡିକରେ ସେମାନଙ୍କୁ ଗାଇଡଲାଇନ ମାନିବାକୁ ପଡିବ। ଏପ୍ରିଲ 17 ରୁ ହଷ୍ଟେଲ ବନ୍ଦ ରହିବ। ଅନ୍ୟପଟେ ପିଏଚଡ଼ି ପିଲାମାନଙ୍କ ପାଇଁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ଖୋଲା ରହିବ । ଏନେଇ ଗୁରୁବାର ବୈଠକରେ ନିଷ୍ପତ୍ତି ନିଆଯାଇ ସମସ୍ତ ହଷ୍ଟେଲ ୱାର୍ଡନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details