ଓଡିଶା

odisha

ETV Bharat / city

ସଂକଟରେ ବାଣୀବିହାର ୟୁନିଭରସିଟି ହାଇସ୍କୁଲ - ପଢାଇବାକୁ ଶିକ୍ଷକ ଅଭାବ

ସଂକଟରେ ୟୁନିଭରସିଟି ହାଇସ୍କୁଲ । ସ୍କୁଲ ପରିଚାଳନା ଦାୟିତ୍ୱ ନିଜ ମୁଣ୍ଡରୁ ଖସାଉଛି ଉଚ୍ଚ ଶିକ୍ଷା ବିଭାଗ । ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ 630 ପିଲା ପଢ଼ୁଥିଲେ ମଧ୍ୟ ପଢ଼ାଇବାକୁ ଶିକ୍ଷକ ଅଭାବ । ଅଧିକ ପଢନ୍ତୁ

university high school in problematic situation
ସଂକଟରେ ବାଣୀବିହାର ୟୁନିଭରସିଟି ହାଇସ୍କୁଲ

By

Published : Jan 15, 2022, 7:35 AM IST

ଭୁବନେଶ୍ବର: ସଂକଟରେ ୟୁନିଭରସିଟି ହାଇସ୍କୁଲ । ସ୍କୁଲ ପରିଚାଳନା ଦାୟିତ୍ୱ ନିଜ ମୁଣ୍ଡରୁ ଖସାଉଛି ଉଚ୍ଚ ଶିକ୍ଷା ବିଭାଗ । ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ 630 ପିଲା ପଢ଼ୁଥିଲେ ମଧ୍ୟ ପଢ଼ାଇବାକୁ ଶିକ୍ଷକ ଅଭାବ । ସମସ୍ତ ଭିତ୍ତିଭୂମି ରହିଥିଲେ ମଧ୍ୟ ବିକାଶ ପାଇଁ ରହିଛି ଅହେତୁକ ଅଭାବ। ସବୁଥାଇ ମାଧ୍ୟ ଅଭାବରେ ରହିଛି ଏହି ପ୍ରମୁଖ ଶିକ୍ଷାନୁଷ୍ଠାନ । ତେବେ ସ୍କୁଲରୁ ଶିକ୍ଷା ଗ୍ରହଣ କରି ଅନେକ ଛାତ୍ରଛାତ୍ରୀ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରିଛନ୍ତି। ଏବେ ଏହି ଶିକ୍ଷାନୁଷ୍ଠାନ ସଙ୍କଟ ସ୍ଥିତି ଦେଇ ଗତି କରୁଛି । ପ୍ରଥମରୁ ଦଶମ ପର୍ଯ୍ୟନ୍ତ ଥିବାବେଳେ ବିଦ୍ୟାଳୟରେ 630 ଛାତ୍ରଛାତ୍ରୀ ପଢୁଛନ୍ତି ।

ଅନ୍ୟପଟେ ପଢାଇବାକୁ ଶିକ୍ଷକ ନାହାନ୍ତି। ମାତ୍ର 5 ଜଣ ନିୟମିତ ଶିକ୍ଷକ ରହିଛନ୍ତି। ଏଥିମଧ୍ୟରୁ 3 ଜଣ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତ ହୋଇଛନ୍ତି। ସେହିପରି ହିନ୍ଦୀ, ସଂସ୍କୃତ, ପିଇଟି ଶିକ୍ଷକ ପଦବୀ ଖାଲି ପଡିଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁଳସଚିବଙ୍କୁ ଚିଠି କରାଯାଇଛି। ୟୁନିଭର୍ସିଟି ବିଦ୍ୟାଳୟ ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିବା ଲାଗି ଚିଠିରେ କୁହାଯାଇଛି । ଉଚ୍ଚଶିକ୍ଷା ଅତିରିକ୍ତ ସଚିବ ବୀରେନ୍ଦ୍ର କେରକେରା କୁଳସଚିବଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ କରିଛନ୍ତି ଯେ ହାଇସ୍କୁଲ ଖୋଲିବା ଲାଗି କେବେ ରାଜ୍ୟ ସରକାର ନିର୍ଦେଶ ଦେଇଥିଲେ ଓ କେବେ ପଦବୀ ସୃଷ୍ଟି କରାଯାଇଥିଲା ତାର ତଥ୍ୟ ମଗାଯାଇଛି।

ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଥିବା ୟୁନିଭରସିଟି ଉଚ୍ଚ ବିଦ୍ୟାଳୟ ପରିଚାଳନା ଦାୟିତ୍ଵ ଉଚ୍ଚଶିକ୍ଷା ବିଭାଗର ନୁହେଁ । ତେବେ ହାଇସ୍କୁଲରେ ଖାଲି ଥିବା ଶିକ୍ଷକ/ ଅଣଶିକ୍ଷକ ପଦ ପୂରଣ ପାଇଁ ଦେଇଥିବା ପ୍ରସ୍ତାବ ଉପରେ ବିଚାର କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଅନୁମୋଦିତ ପଦବୀ ସଂଖ୍ୟା କେତେ ଓ କେତେ ଜଣ ଏବେ ଅଛନ୍ତି । କେତେ ସଂଖ୍ୟକ ପଦବୀ ଖାଲି ପଡ଼ିଛି ତାହା ଜଣାଇବା ଆବଶ୍ୟକ । ଏଥିସହ ଛାତ୍ରଛାତ୍ରୀଙ୍କ ନାମଲେଖା ସମ୍ପର୍କିତ ତଥ୍ୟ। ଗତ 5 ବର୍ଷ ମଧ୍ୟରେ କେତେ ସଂଖ୍ୟା ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ ଏବଂ କେତେ ପିଲା କୃତକାର୍ଯ୍ୟ ହୋଇଛନ୍ତି । ସବୁ ତଥ୍ୟ ମଗାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details