ଓଡିଶା

odisha

ETV Bharat / city

ସଂଶୋଧିତ ଆଇନ ବିଶ୍ୱବିଦ୍ୟାଳୟର ସ୍ବାଧୀନତା ହାନି କରୁଛି: ଉତ୍କଳ ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି

ତିନିମାସ ପାଇଁ ଓଡ଼ିଶା ବିଶ୍ବବଦ୍ୟାଳୟ ସଂଶୋଧନ ଆଇନ ସ୍ଥଗିତାଦେଶ ଜାରି କରିବା ସହ ଚାରି ସପ୍ତାହ ମଧ୍ୟରେ ଜବାବ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ପରେ ପ୍ରତିକ୍ରିୟା ରଖିଲେ ପୂର୍ବତନ କୁଳପତି ଏବଂ ରାଜନେତା । ଅଧିକ ପଢନ୍ତୁ

ସଂଶୋଧିତ ଆଇନ ବିଶ୍ୱବିଦ୍ୟାଳୟର ସ୍ବାଧୀନତା ହାନୀ କରୁଛି: ଉତ୍କଳ ବିଶ୍ଵବିଦ୍ୟାଳୟ ପୁର୍ବତନ କୁଳପତି
ସଂଶୋଧିତ ଆଇନ ବିଶ୍ୱବିଦ୍ୟାଳୟର ସ୍ବାଧୀନତା ହାନୀ କରୁଛି: ଉତ୍କଳ ବିଶ୍ଵବିଦ୍ୟାଳୟ ପୁର୍ବତନ କୁଳପତି

By

Published : May 21, 2022, 7:10 PM IST

Updated : May 21, 2022, 8:04 PM IST

ଭୁବନେଶ୍ବର: ଓଡ଼ିଶା ବିଶ୍ବବଦ୍ୟାଳୟ ସଂଶୋଧନ ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ । ତିନିମାସ ପାଇଁ ସ୍ଥଗିତାଦେଶ ଜାରି କରିବା ସହ ଚାରି ସପ୍ତାହ ମଧ୍ୟରେ ଜବାବ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସୁପ୍ରିମକୋର୍ଟଙ୍କ ଏହି ଝଟକା ପରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ । ସଂଶୋଧିତ ଆଇନ ବିଶ୍ୱବିଦ୍ୟାଳୟର ସ୍ବାଧୀନତା ଓ ସ୍ୱତନ୍ତ୍ରତା ହାନୀ କରୁଛି ବୋଲି ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ବିନାୟକ ରଥ କହିଛନ୍ତି ।


ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି । ସଂଶୋଧିତ ଆଇନ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ୨୦୧୮ ମସିହାରେ ୟୁନିଭରସିଟି ଗ୍ରାଣ୍ଟ କମିଶନ ବା ୟୁଜିସି ଆଣିଥିବା ନିୟମକୁ କୌଣସି ରାଜ୍ୟ ଉଲଙ୍ଘନ କରିପାରିବେ ନାହିଁ ବୋଲି କୁହାଯାଇଥିଲା । ହେଲେ ରାଜ୍ୟର ସଂଶୋଧିତ ବିଶ୍ୱବିଦ୍ୟାଳୟ ଆଇନ ୟୁଜିସି ନିୟମକୁ ସମ୍ପୂର୍ଣ୍ଣ ଉଲଙ୍ଘନ କରିବା ସହ ବିଶ୍ୱବିଦ୍ୟାଳୟ ସ୍ବାଧୀନତା ଉପରେ ହସ୍ତକ୍ଷେପ କରୁଛନ୍ତି । ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି, ପ୍ରଫେସରମାନଙ୍କୁ ନିଯୁକ୍ତି ଯୋଗ୍ୟତା, ଅତିରିକ୍ତ ପ୍ରଫେସର ଓ ସହକାରୀ ପ୍ରଫେସର ନିଯୁକ୍ତି କ୍ଷେତ୍ରରେ ୟୁଜିସି ମାନଦଣ୍ଡକୁ ଯଦି ଅଣଦେଖା କରି ରାଜ୍ୟ ସରକାର ନିଷ୍ପତ୍ତି ନେବେ । ତେବେ ଦେଶର ବିଶ୍ୱବିଦ୍ୟାଳୟଗୁଡିକରେ ୟୁନିଫରମିଟି ରହିବ ନାହିଁ ଏବଂ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ସମସ୍ୟା ସୃଷ୍ଟି କରିବ ।

ସଂଶୋଧିତ ଆଇନ ବିଶ୍ୱବିଦ୍ୟାଳୟର ସ୍ବାଧୀନତା ହାନି କରୁଛି: ଉତ୍କଳ ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି

ଏଣୁ ଆବେଦନକାରୀଙ୍କ ପକ୍ଷରୁ ଏହା ଉପରେ ତୁରନ୍ତ ରୋକ ଲଗାଯାଉ ବୋଲି ଆବେଦନକାରୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା । ବିଶ୍ଵବିଦ୍ୟାଳୟ ସଂଶୋଧିତ ଆଇନ ପାଇଁ କମିଟି କେବେ ଗଠନ ହେଲା ଓ କିଏ ଏହାକୁ ଗଠନ କଲା । ଏଥିପାଇଁ ଅନୁମତି କିଏ ପ୍ରଦାନ କଲେ ବୋଲି ପ୍ରଶ୍ନ କରିଛନ୍ତି ଶିକ୍ଷାବିତ ତଥା ଉତ୍କଳ ବିଶ୍ଵବିଦ୍ୟାଳୟ ପୂର୍ବତନ କୁଳପତି ବିନାୟକ ରଥ । ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟ ରାଜ୍ୟ ସରକାରଙ୍କ ଶିକ୍ଷକ ତାଲିମ କେନ୍ଦ୍ର ହେବନାହିଁ କି କୁଳପତି ରାଜ୍ୟ ସରକାରଙ୍କ ପ୍ରତିନିଧି ହୋଇପାରିବେ ନାହିଁ । ବିଶ୍ୱବିଦ୍ୟାଳୟ ରାଜ୍ୟ ସରକାରଙ୍କ କୌଣସି ବିଭାଗ ଭାବେ କାମ କରିବ ନାହିଁ । ଏହାକୁ ସଂଶୋଧନ କଲେ ଶିକ୍ଷା, ଗବେଷଣା ଓ ମୌଳିକ ଶିକ୍ଷାର ମାନ ଉପରେ ପ୍ରଭାବ ପକାଇବ ବୋଲି ଉଦବେଗ ପ୍ରକାଶ ପାଇଛି । ତେବେ ଏନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବଙ୍କୁ ପଚାରିବାରୁ 'ଏ ବିଷୟରେ କିଛି କହିପାରିବି ନାହିଁ' କହି ସିଧା ମନା କରିଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଉପରେ SCଙ୍କ ରହିତାଦେଶ, ୨ମାସ ପରେ ପରବର୍ତ୍ତୀ ଶୁଣାଣି

ରାଜ୍ୟ ସରକାରଙ୍କ ଏଭଳି ଏକ ନିଷ୍ପତ୍ତିକୁ ନେଇ ବିଭିନ୍ନ ଦିଗରୁ ସମାଲୋଚନାର ସ୍ୱର ଉଠିଛି । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ବିଧାନସଭାରେ ଏହି ଆଇନକୁ ବିରୋଧ କରାଯାଇଥିଲେ ବି ଆଇନ ବିଭାଗର ଆପତ୍ତି ସତ୍ତ୍ବେ ଏହାକୁ ବିଧାନସଭାରେ ଜବରଦସ୍ତ ପାସ କରିଥିଲେ ରାଜ୍ୟ ସରକାର । ଏହା ଦ୍ୱାରା ବିଶ୍ୱବିଦ୍ୟାଳୟର ଅଟୋନୋମି ନଷ୍ଟ ହେଉଛି । ସରକାର ସବୁଥିରେ ହସ୍ତକ୍ଷେପ କରିବେ । ବିଶ୍ୱବିଦ୍ୟାଳୟ କାଗଜ, କଲମ କିଣିଲେ ମଧ୍ୟ ସରକାରୀ ଅଧିକାରୀ ଅନୁମତି ନେବାକୁ ପଡିବ । ଏ ଦୃଷ୍ଟିରୁ ଏହାକୁ ବିରୋଧ କରାଯାଇ ଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି ନରସିଂହ ମିଶ୍ର ।

ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀ ମଧ୍ୟ ସମାଲୋଚନା କରିଛନ୍ତି । କିଛି କାରଣ ଅଛି ବୋଲି ସରକାର ବିଧାନସଭାରେ ଏହି ବିଲକୁ ତରବରିଆ ପାସ କରିଥିଲେ । ବିଜେଡି ସାଂସଦ ଅମର ପଟ୍ଟନାୟକ କହିଛନ୍ତି, ବିଧାନସଭାରେ ସବୁ ଦଳଙ୍କ ଉପସ୍ଥିତିରେ ତର୍କ ହେଲା । ଏହାଠାରୁ ଅଧିକ ଭଲ ଆଲୋଚନା କେଉଁଠି ହୋଇପାରିଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି । ସୁପ୍ରିମକୋର୍ଟ ୩ ମାସ ପାଇଁ ସ୍ଥଗିତ ରଖିଛନ୍ତି ଓ ତର୍ଜମା କରୁଛନ୍ତି । ଏହି ଆଇନରେ କିଛି ଭୁଲ ନଥିବା ନେଇ ହାଇକୋର୍ଟ ମତ ଓ ସ୍ପିକିଂ ଅର୍ଡର ବି ଦେଇସାରିଛନ୍ତି । ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ନିଷ୍ପତ୍ତି ପାଇଁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ତେବେ ମାମଲାର ପରବର୍ତ୍ତୀ ଶୁଣାଣି ୨ ମାସ ପରେ କରାଯିବ । ୟୁଜିସି ନିୟମ ଅନୁଯାୟୀ ବିଶ୍ୱବିଦ୍ୟାଳୟ ଚାଲିବ ନା, ରାଜ୍ୟରେ ନୂଆ ସଂଶୋଧିତ ବିଶ୍ୱବିଦ୍ୟାଳୟ ଆଇନ ଆସିବ ତାକୁ ନେଇ ଅପେକ୍ଷା ।


ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : May 21, 2022, 8:04 PM IST

ABOUT THE AUTHOR

...view details