ଓଡିଶା

odisha

ETV Bharat / city

ଉତ୍କଳ ବିଶ୍ଵବିଦ୍ୟାଳୟର ୫୧ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ - ଉତ୍କଳ ବିଶ୍ଵବିଦ୍ୟାଳୟ ଖବର

ଉତ୍କଳ ବିଶ୍ଵବିଦ୍ୟାଳୟର ୫୧ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ଃ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ । ଅଧିକ ପଢନ୍ତୁ

ଉତ୍କଳ ବିଶ୍ଵବିଦ୍ୟାଳୟର ୫୧ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ
ଉତ୍କଳ ବିଶ୍ଵବିଦ୍ୟାଳୟର ୫୧ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

By

Published : Apr 30, 2022, 9:12 PM IST

Updated : Apr 30, 2022, 9:41 PM IST

ଭୁବନେଶ୍ବର:ଉତ୍କଳ ବିଶ୍ବବିଦ୍ୟାଳୟର ୫୧ ତମ ସମାବର୍ତ୍ତନ ଉତ୍ସବ ଆୟୋଜିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓଡ଼ିଶା ହାଇକୋର୍ଟର ବିଚାରପତି ଡ଼ଃ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ କହିଛନ୍ତି ଯେ, ‘‘ଦେଶ ଗଠନରେ ଶିକ୍ଷାର ଭୂମିକା ଗୁରୁତ୍ଵପୂର୍ଣ୍ଣ ଓ ଶିକ୍ଷକ ହେଉଛନ୍ତି ରାଷ୍ଟ୍ରର ନିର୍ମାତା । ସେମାନଙ୍କ ଜ୍ଞାନ, ବ୍ୟକ୍ତିତ୍ୱ, ତ୍ୟାଗ ଓ ଉତ୍ସର୍ଗକୃତ ମନୋଭାବ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଯୋଗାଇଥାଏ । ଶିକ୍ଷାର ଅର୍ଥ ହେଉଛି ଆହ୍ୱାନକୁ ସମ୍ମୁଖୀନ ହେବା । ଯଦି ପ୍ରତିଟି ଆହ୍ବାନକୁ ସଫଳତାର ସହ ମୁକାବିଲା କରାଯାଇପାରିବ ତାହେଲେ ସବୁ ସମସ୍ୟାର ସମାଧାନ ହୋଇପାରିବ । ଫଳରେ ଜଣେ ନିଜର ରୁଚି ଥିବା କ୍ଷେତ୍ରରେ ପାରଦର୍ଶିତା ହାସଲ ସହ ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିପାରିବ । ଏହି ଦିଗ ପ୍ରତି ଶିକ୍ଷକ ସମାଜ ବିଶେଷ ଦୃଷ୍ଟି ଦେବା ଆବଶ୍ୟକ ।’’

ଉତ୍କଳ ବିଶ୍ଵବିଦ୍ୟାଳୟର ୫୧ ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

ଏଥିରେ ଯୋଗ ଦେଇ ଉଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ କହିଛନ୍ତି ଯେ, ‘‘ଉତ୍କଳ ବିଶ୍ବବିଦ୍ୟାଳୟ ହେଉଛି ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶକ । ଉଚ୍ଚତର ଶିକ୍ଷା ପ୍ରଦାନ ସହିତ ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କର ଆତ୍ମବଳ, ଆତ୍ମବିକାଶ ତଥା ଆତ୍ମଶୁଦ୍ଧି ନିମିତ୍ତ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛି । ଉତ୍କଳ ବିଶ୍ବବିଦ୍ୟାଳୟ କେବଳ ଓଡ଼ିଶାରେ ନୁହେଁ, ଭାରତରେ ନୁହେଁ, ସମଗ୍ର ବିଶ୍ବରେ ବିଦିତ। ଏହି ବିଶ୍ୱବିଦ୍ୟାଳୟ ସମଗ୍ର ବିଶ୍ବର ବାତାବରଣ ଆଜି ସୁରଭିଯୁକ୍ତ ଶିକ୍ଷା ସହ ମୂଲ୍ୟବୋଧ ମିଶିଲେ ଏଥିରେ ଉତ୍କର୍ଷତା ଆସିପାରିବ । ଉତ୍କଳ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ସରକାର ଅନୁଦାନ ପାଣ୍ଠି ଯୋଗାଇ ଦେବାରେ କେବେ ଅବହେଳା କରିନାହାନ୍ତି ।’’


ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଛନ୍ତି ଯେ, ‘‘ଉତ୍କଳ ବିଶ୍ବବିଦ୍ୟାଳୟର ଶୈକ୍ଷିକ ପରିବେଶ, ଶୃଙ୍ଖଳା, ଗବେଷଣା, ଓ ଗୁଣାତ୍ମକ ଶିକ୍ଷାପ୍ରଦାନ କରାଯାଇଥିବା ହେତୁ ଆଜି ବିଶ୍ଵ ଦରବାରରେ ଉତ୍କଳ ବିଶ୍ୱବିଦ୍ୟାଳୟ ବହୁ ପ୍ରଶଂସିତ ହେବା ସହିତ ସର୍ବଭାରତୀୟ ସ୍ତରରେ ଏନ. ଆର୍.ଆଇ ଦ୍ବାରା ୮୭ ତମ ସ୍ଥାନରେ ନାମାଙ୍କିତ ହୋଇପାରିଛି ।’’ ତାହା ବାସ୍ତବରେ ଆମପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ ଘୋଷଣା କରି ଛାତ୍ରଛାତ୍ରୀ, ଶିକ୍ଷକ ସମାଜ ଓ ସମସ୍ତ କର୍ମକର୍ତ୍ତାମାନଙ୍କୁ ଆନ୍ତରିକ ସାଧୁବାଦ ଜଣାଇଛନ୍ତି । ଆୟୋଜିତ ଏହି ସମାବର୍ଦ୍ଧନା ଉତ୍ସବରେ ବିଭିନ୍ନ ବିଷୟରେ ସର୍ବୋଚ୍ଚ ନମ୍ବର ରଖ୍ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରିଥିବା 98 ଛାତ୍ରଛାତ୍ରୀଙ୍କୁ ସ୍ଵର୍ଣ୍ଣପଦକ ଏବଂ ୧୮୯ ଛାନୁଛାତ୍ରୀଙ୍କୁ ପିଏଚଡି ଡିଗ୍ରୀ ଉପାଧ ପ୍ରଦାନ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କମାର ଦାସ, ଇଟିଭି ଭାରତ

Last Updated : Apr 30, 2022, 9:41 PM IST

ABOUT THE AUTHOR

...view details