ଭୁବନେଶ୍ବର:ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ ପକ୍ଷରୁ ଭୁବନେଶ୍ୱରରୁ ପୁରୀ ଚାଲ ପଦଯାତ୍ରା ଆରମ୍ଭ ହୋଇଛି । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରାରେ ଏକାଧିକ ଛାତ୍ର ଶରୀରରେ ବ୍ୟାନର ଲଗାଇ ସେଭ୍ ଜଗନ୍ନାଥ ଟେମ୍ପଲ ବା ଶ୍ରୀମନ୍ଦିର ବଞ୍ଚାଅର ନାରା ଦେଇଥିଲେ ।
ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ପକ୍ଷରୁ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ - ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ପକ୍ଷରୁ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ
ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ପକ୍ଷରୁ ଶ୍ରୀମନ୍ଦିର ସୁରକ୍ଷା ନେଇ ଭୁବନେଶ୍ୱରରୁ ପୁରୀ ଚାଲ ପଦଯାତ୍ରା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ
ଉତ୍କଳ ଷ୍ଟୁଡେଣ୍ଟସ ଆସୋସିଏସନ୍ ପକ୍ଷରୁ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ
ତେବେ ରାଜ୍ୟ ସରକାରଙ୍କ ଦ୍ଵାରା ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ନାମରେ ଚାଲିଥିବା ଖନନ କାର୍ଯ୍ୟ ଦ୍ଵାରା ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଛି । ଯାହାକୁ ବିରୋଧ କରି ଏବେ #SaveShreemandirPuri ନାମରେ ଏକ ଅଭିଯାନ ଆରମ୍ଭ ହୋଇଛି । ଏଥିରେ ବିଭିନ୍ନ ସଂଗଠନ ସାମିଲ ହୋଇ ପ୍ରତିବାଦ ମଧ୍ୟ କରୁଛନ୍ତି। ଅନ୍ୟପଟେ ପ୍ରତିବାଦ କରି ଯାଉଥିବାବେଳେ ପୋଲିସ ଆସୋସିଏସନର ଛାତ୍ରଙ୍କୁ ଉଠାଇ ନେଇଛି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ