ଭୁବନେଶ୍ୱର :କୋଭିଡ ଆକ୍ରାନ୍ତ ଚିହ୍ନଟ ହେବା ପରେ ସିଲ ହେଲା ଉତ୍କଳ ରୋୟାଲ ରେସିଡେନ୍ସି । ଶୁକ୍ରବାର ଭୁବନେଶ୍ୱର କଳ୍ପନା ଛକସ୍ଥିତ ଉତ୍କଳ ରୋୟାଲ ରେସିଡେନ୍ସିକୁ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ୧୦ ଦିନ ପାଇଁ ସିଲ କରାଯାଇଛି । ୨୩ ଏପ୍ରିଲ ରୁ ୨ ମଇ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଏହି ଆପାର୍ଟମେଣ୍ଟ ।
ସିଲ ହେଲା ଉତ୍କଳ ରୋୟାଲ ରେସିଡେନ୍ସି - ଉତ୍କଳ ରୋୟାଲ ରେସିଡେନ୍ସି
ଶୁକ୍ରବାର ଭୁବନେଶ୍ୱର କଳ୍ପନା ଛକସ୍ଥିତ ଉତ୍କଳ ରୋୟାଲ ରେସିଡେନ୍ସିକୁ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ୧୦ ଦିନ ପାଇଁ ସିଲ କରାଯାଇଛି । ଅଧିକ ପଢନ୍ତୁ...
ସିଲ ହେଲା ଉତ୍କଳ ରୋୟାଲ ରେସିଡେନ୍ସି
କେବଳ ଆବଶ୍ୟକ ସ୍ଥଳେ ବିଏମସି କର୍ମଚାରୀ ଭିତରକୁ ଯାଇ ପାରିବେ । ଚିହ୍ନିତ ପଜିଟିଭ ଆକ୍ରାନ୍ତ ୧୦ ଦିନ ପର୍ଯ୍ୟନ୍ତ ନିଜ ଘରେ ନିଜ ଖର୍ଚ୍ଚରେ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । ଅନ୍ୟ କୌଣସି ଆକ୍ରାନ୍ତ ଚିହ୍ନଟ ହେଲେ ଆବାସିକ ସମାଜ ବିଏମସିକୁ ତୁରନ୍ତ ଅବଗତ କରିବେ । କୌଣସି ଏମେର୍ଜନସି ପଡିଲେ ବିଏମସି କଣ୍ଟ୍ରୋଲ ରୁମକୁ 7847873040 ମୋବାଇଲ ନମ୍ବରକୁ ଫୋନ କରି ପାରିବେ ଏବଂ1929 କଲ ସେଣ୍ଟରର ସହାୟତା ମଧ୍ୟ ନେଇପାରିବେ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ