ଓଡିଶା

odisha

ETV Bharat / city

କଂଗ୍ରେସ ଭବନରେ ଉତ୍କଳ ଦିବସ ପାଳିତ - କଂଗ୍ରେସ ଭବନରେ ଉତ୍କଳ ଦିବସ

କଂଗ୍ରେସ ଭବନରେ ନିରାଡ଼ମ୍ବର ସହ ପାଳନ ହୋଇଛି ଉତ୍କଳ ଦିବସ । ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ । ଅଧିକ ପଢନ୍ତୁ....

utkal diwas celebration in congress bhawan
କଂଗ୍ରେସ ଭବନରେ ଉତ୍କଳ ଦିବସ

By

Published : Apr 1, 2020, 2:23 PM IST

ଭୁବନେଶ୍ବର :କଂଗ୍ରେସ ଭବନରେ ନିରାଡ଼ମ୍ବର ସହ ପାଳନ ହୋଇଛି ଉତ୍କଳ ଦିବସ । ବୁଧବାର ଭୁବନେଶ୍ବରରେ ଉତ୍କଳ ଦିବସ ଅବସରରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଓ ଅନ୍ୟ କର୍ମୀମାନେ କଂଗ୍ରେସ ଭବନରେ ଥିବା ଓଡ଼ିଶାର ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି କରିଥିଲେ । ଦେଶରେ ଦେଖାଦେଇଥିବା ମହାମାରୀ କୋରୋନା ସଂକ୍ରମଣ ନହେବା ପାଇଁ ସାମାଜିକ ଦୂରତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ସାମାଜିକ ଦୂରତା ବଜାୟ ରଖି ନିରାଡ଼ମ୍ବର ସହକାରେ ଉତ୍କଳ ଦିବସ ପାଳନ କରିଛି କଂଗ୍ରେସ ।

କଂଗ୍ରେସ ଭବନରେ ଉତ୍କଳ ଦିବସ

ତେବେ ବୁଧବାର ରାଜ୍ୟ ସରକାର ଉତ୍କଳ ଦିବସକୁ ନିରାଡ଼ମ୍ବର ସହ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୂଚନା ଯୋଗ୍ୟ, ୧୯୩୬ ମସିହାରେ ଓଡିଶା ସ୍ବତନ୍ତ୍ର ଉତ୍କଳ ପ୍ରଦେଶର ମାନ୍ୟତା ପାଇଥିଲା ।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ABOUT THE AUTHOR

...view details