ଓଡିଶା

odisha

ETV Bharat / city

ରାଜ୍ୟ ସରକାରଙ୍କ ୱାର୍ଡ ଅଫିସର ନିଯୁକ୍ତିକୁ ନେଇ ଘେରିଲେ ବିରୋଧୀ - ନଗର ଉନ୍ନୟନ ବିଭାଗ

ସହରାଞ୍ଚଳ ବାସୀନ୍ଦାଙ୍କୁ ଉତ୍ତମ ଶାସନ ଯୋଗାଇ ଦେବା ପାଇଁ ସରକାର ନିଯୁକ୍ତି କରିବେ ୱାର୍ଡ ଅଫିସର । ଯାହାକୁ ନେଇ ଏବେ ଆରମ୍ଭ ହୋଇଛି ବିବାଦ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 25, 2019, 3:20 AM IST

ଭୁବନେଶ୍ବର: ଏଣିକି ରାଜ୍ୟର ସମସ୍ତ ପୌରପାଳିକା ଓ ନଗର ପାଳିକାରେ ଖୋଲିବ ଓ୍ଵାର୍ଡ ଅଫିସ ଏବଂ ନିଯୁକ୍ତି ହେବେ ନଗର ଉନ୍ନୟନ ବିଭାଗର ଜଣେ ଲେଖାଏଁ ଅଫିସର । ଏମାନଙ୍କ ପଦବୀ ୱାର୍ଡ ଅଫିସର ହେବା ସହ ନିଯୁକ୍ତି କରିବେ ରାଜ୍ୟ ସରକାର । ଏନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


ଏହି ଓ୍ଵାର୍ଡ ଅଫିସ ମାନେ ରାଜ୍ୟ ସରକାରଙ୍କ 5T ମନ୍ତ୍ରକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରିବେ । ଏହି ଓ୍ଵାର୍ଡ ଅଫିସର ମାନେ ସରକାରଙ୍କ ସମସ୍ତ କାର୍ଯ୍ୟର ତଦାରଖ ,ରକ୍ଷଣାବେକ୍ଷଣ , ବିଭିନ୍ନ ସମସ୍ୟା ଓ ଡାଟା ଆଦି ସରକାରଙ୍କ ପାଖରେ ପହଞ୍ଚାଇବେ । ଏହାସହ ଓ୍ଵାର୍ଡ ଅଫିସର ମାନେ ସରକାରଙ୍କ ସମସ୍ତ ଯୋଜନା କିଭଳି ଭାବରେ ସହରାଞ୍ଚଳରେ ପ୍ରତ୍ୟେକ ଲୋକଙ୍କ ପାଖରେ ପହଞ୍ଚି ପାରିବ ସେନେଇ କାର୍ଯ୍ୟ କରିବେ । ସମସ୍ୟା ବିଷୟରେ ମଧ୍ୟ ତୁରନ୍ତ ସରକାରଙ୍କୁ ଜଣାଇବେ ଏହି ଓ୍ଵାର୍ଡ ଅଫିସର । ଏହା ସହ ସକାଳ ୧୦ଟାରୁ ରାତି ୧୨ ପର୍ଯ୍ୟନ୍ତ ଓ୍ଵାର୍ଡ ଅଫିସ କାର୍ଯ୍ୟକ୍ଷମ ରହିବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର


ଏହି ଓ୍ଵାର୍ଡ ଅଫିସର ମାନେ ପ୍ରତିଦିନ ଓ୍ଵାର୍ଡରେ ରହିଥିବା ସମସ୍ୟା ବିଷୟରେ ଅବଗତ ହେବା ସହ , ଗମନାଗମନ , ବିଜୁଳି, ପାଣି, ଲାଇଟ ଆଦି ସମସ୍ୟାକୁ ଚିହ୍ନଟ କରିବା ସହ ଏହାର ସମାଧାନ କରାଇବେ ।

କିନ୍ତୁ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଉଭୟ ବିରୋଧୀ କଂଗ୍ରେସଓ ବିଜେପି ସାମାଲୋଚନା କରିଛନ୍ତି । କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି ଯେ ସରକାର ପିଇବା ପାଣି ବୁନ୍ଦାଏ ପହଞ୍ଚାଇ ପାରୁନାହାନ୍ତି । ଅସରାଏ ବର୍ଷା ହେଲେ ଭାସୁଛି ସହର । ଆଜି ପର୍ଯ୍ୟନ୍ତ ମୌଳିକ ସମସ୍ୟା ସମାଧାନ କରିପାରିଲେ ନାହିଁ । ଏଥିରୁ ସ୍ପଷ୍ଟ ଏହି ୱାର୍ଡ ଅଫିସର ନିଯୁକ୍ତି କିଛି ଲାଭ ହେବ ନାହିଁ ।

ସେପଟେ ବିଜେପି ନେତା ପ୍ରଦୀପ ପୁରୋହିତ ମଧ୍ୟ ସରକାରଙ୍କୁ ସମାନ ଢଙ୍ଗରେ ସମାଲୋଚନା କରିଛନ୍ତି । ଅନ୍ୟପଟେ ବିରୋଧୀଙ୍କୁ ଜବାବ ଦେଇଛି ବିଜେଡି । ବିଧାୟକ ପ୍ରତାପ ଦେବ କହିଛନ୍ତି ବିରୋଧୀଙ୍କ କାମ ହେଲା ବିରୋଧ କରିବା ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details