ଓଡିଶା

odisha

ETV Bharat / city

‘ମୌସୁମୀ ଦୁର୍ବଳ, ବର୍ତ୍ତମାନ ନାହିଁ ବଡ ଧରଣର ବର୍ଷା’ - ଘଡଘଡି ସହ ବଜ୍ରାପାତ

ବର୍ଷାରୁ ମିଳିବ ଆଶ୍ବସ୍ତି । ମୌସୁମୀ ଦୁର୍ବଳ ଥିବାରୁ ବର୍ଷା କମିପାରେ । କିନ୍ତୁ ଲାଗିରହିବ ଘଡଘଡି ସହ ବଜ୍ରପାତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 14, 2019, 9:15 PM IST

ଭୁବନେଶ୍ବର: ରାଜ୍ୟରେ ଲାଗିରହିଥିବା ବର୍ଷାରୁ ମିଳିବ ନିସ୍ତାର । ସକ୍ରିୟ ଥିବା ମୌସୁମୀ ଦୁର୍ବଳ ହୋଇପଡିଛି । ଏହାର ପ୍ରଭାବରେ ଆଗାମୀ 2ଦିନ ଧରି ପାଗ ଶୁଖିଲା ରହିବ । ତେବେ କେତେକ ସ୍ଥାନରେ ଘଡଘଡି ସହ ବିଜୁଳି ମାରିବ । ଏହି ସମୟରେ କୋରାପୁଟ, ମାଲକାନଗିରି, ରାୟଗଡା, କଳାହାଣ୍ଡି, କନ୍ଧମାଳ, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଜିଲ୍ଲାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ଖାଲି ଏତିକି ନୁହେଁ ସମଗ୍ର ରାଜ୍ୟରେ ମଧ୍ୟ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ବର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହାସହ ଆସନ୍ତା 16 ତାରିଖରେ ମୟୁରଭଞ୍ଜ କେନ୍ଦୁଝର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ରେ ପ୍ରବଳ ବର୍ଷା ହୋଇପାରେ । ତେବେ ପାଗ ଶୁଖଲା ଥିବାରୁ ସମୁଦ୍ରକୁ ମତ୍ସ୍ୟଜୀବୀ ଯିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗର ଡିଉଟି ଅଫିସର ଲଷ୍ମୀଧର ମହାପାତ୍ର ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details