ଭୁବନେଶ୍ବର: ମୌସୁମୀ ଛୁଇଁବା ପରେ ସାରା ରାଜ୍ୟରେ ବର୍ଷା ସହ ପ୍ରବଳ ଗୁଳୁଗୁଳି । ତେବେ ଆଗାମୀ 28 ତାରିଖରୁ ପୁଣି ବର୍ଷା ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ରାଜ୍ୟର 10 ଟି ଜିଲ୍ଲାରେ ଆଗାମୀ ଜୁନ 28 ରୁ 30 ତାରିଖ ଭିତରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡିଛି।
28ରୁ ଲଘୁଚାପ ବର୍ଷା ଆରମ୍ଭ ! - heavy
ମୌସୁମୀ ଛୁଇଁବା ପରେ ସାରା ରାଜ୍ୟରେ ବର୍ଷା ସହ ପ୍ରବଳ ଗୁଳୁଗୁଳି । ତେବେ ଆଗାମୀ 28 ତାରିଖରୁ ପୁଣି ବର୍ଷା ହେବ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ସେହି ସବୁ ଜିଲ୍ଲା ଗୁଡିକ ହେଲା ମୟୁରଭଞ୍ଜ,କେନ୍ଦୁଝର,ବାଲେଶ୍ଵର,ଭଦ୍ରକ,ଢେଙ୍କାନାଳ,ସୁନ୍ଦରଗଡ,କେନ୍ଦ୍ରାପଡା,ଭଦ୍ରକ,କେରାପୁଟ,ନବରଙ୍ଗପୁର । ଅନ୍ୟପଟେ ଲଘୁଚାପ ଫଳରେ ଉତ୍ତର ଓଡିଶାର ବିଭିନ୍ନ ଅଞ୍ଚଳରେ ବି ବର୍ଷା ହେବାର ଆଶଙ୍କା ରହିଛି ବୋଲି ଭୁବନେଶ୍ବର ପାଣିପାଗ ବିଭାଗ କହିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ
Last Updated : Jun 26, 2019, 5:44 PM IST