ଓଡିଶା

odisha

ETV Bharat / city

ଆସନ୍ତା 25ରୁ ବଜେଟ ଅଧିବେଶନ: 2ଟି ପର୍ଯ୍ୟାୟରେ ଅଗଷ୍ଟ 8ଯାଏଁ ଚାଲିବ ଗୃହ

ଜୁନ 25ରୁ ଚାଲିବ ବିଧାନସଭାର ବଜେଟ ଅଧିବେଶନ। ଜୁନ 28ରେ ଆଗତ ହେବ 2019-20ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 23, 2019, 9:27 PM IST

ଭୁବନେଶ୍ବର: ଆସନ୍ତା ଜୁନ 25ରୁ ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ । ଏହା ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟ ଜୁନ 25ରୁ ଆରମ୍ଭ ହୋଇ ଜୁଲାଇ 8 ଯାଏଁ ଚାଲିବ । ଦ୍ବିତୀୟ ପର୍ଯ୍ୟାୟ ଜୁଲାଇ 12ରୁ ଆରମ୍ଭ ହୋଇ ଅଗଷ୍ଟ 8ରେ ଶେଷ ହେବ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଥମ ଦିବସରେ ରାଜ୍ୟପାଳ ଗୃହକୁ ସମ୍ବୋଧିତ କରିବେ । ପରେ ରାଜ୍ୟପାଳଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ । ଏହାପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଜୁନ 28ରେ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିବେ ।

ଏହି ଅଧିବେଶନରେ ମୋଟ 30ଟି କାର୍ଯ୍ୟ ଦିବସ ରହିଛି ଏଥିରେ 3ଟି ସରକାରୀ ଓ 3ଟି ବେସରକାରୀ ବିଲ୍ ରହିଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details