ଓଡିଶା

odisha

ETV Bharat / city

ଆସନ୍ତା 24ଘଣ୍ଟା ମଧ୍ୟରେ ଟ୍ବିନ ସିଟିରେ ପ୍ରବଳ ବର୍ଷା - ଆଞ୍ଚଳିକ ପାଣିପାଗ ବିଭାଗ

ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜଧାନୀ ସମେତ କଟକରେ ପ୍ରବଳ ବର୍ଷା ହୋଇପାରେ । ଘଡଘଡି ସହ ଲାଗି ରହିବ ବର୍ଷା । ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 28, 2019, 7:41 PM IST

ଭୁବନେଶ୍ବର: ଆସନ୍ତା 24 ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ଟ୍ବିନସିଟିରେ । ଖାଲି ଏତିକି ନୁହେଁ ପ୍ରବଳ ବର୍ଷା ସହ ବଜ୍ରପାତ ମଧ୍ୟ ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଝାଡଖଣ୍ଡରୁ ପଶ୍ଚିମବଙ୍ଗ ଦେଇ ଉତ୍ତରପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ହୋଇଥିବା ଟ୍ରପ ଲାଇନ ପ୍ରଭାବରେ ବର୍ଷା ହେବ ବଲି କହିଛି ବିଭାଗ । ଟ୍ରପ ଲାଇନ ପ୍ରଭାବରେ ଉତ୍ତର ଓଡିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଖୋର୍ଦ୍ଧା, କନ୍ଧମାଳ, ଗଞ୍ଜାମ, କଟକ, ବାଲେଶ୍ବର, ମୟୁରଭଞ୍ଜ, ପୁରୀ, ନୟାଗଡ, ଜଗତସିଂହପୁର, ଢେଙ୍କାନାଳ ଏବଂ ଅନୁଗୁଳରେ ମଧ୍ୟ ବଜ୍ରପାତ ନେଇ ସତର୍କତା ଜାରି କରିଛି ପଣିପାଗ କେନ୍ଦ୍ର ।

କିନ୍ତୁ ଆଶ୍ବସ୍ତିକର ବିଷୟ ହେଉଛି ୪୮ ଘଣ୍ଟା ପରେ ରାଜ୍ୟରେ ବର୍ଷାର ପରିମାଣ କମିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଗତ 24 ଘଣ୍ଟାରେ କଟକ ନିଆଳିରେ ସର୍ବାଧିକ 170 ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details