ଓଡିଶା

odisha

ETV Bharat / city

ପ୍ରେମିକ-ପ୍ରେମିକା ପାଇଁ ମୁହାଁମୁହିଁ 2 ରାଜ୍ୟର ପୋଲିସ - Police face off for love

ପ୍ରେମ ମାମଲାକୁ ନେଇ ମୁହାଁମୁହିଁ ୟୁପି ପୋଲିସ ଓ କମିସନରେଟ ପୋଲିସ । ନାବାଳିକା ଅପହରଣ ମାମଲା ନେଇ ଓଡ଼ିଶାରେ ଅପଦସ୍ଥ ହେଲା ୟୁପି ପୋଲିସ । ଅଧିକ ପଢନ୍ତୁ...

ପ୍ରେମ ପାଇଁ ମୁହାଁ ମୁହିଁ ୟୁପି ପୋଲିସ ସହ କମିସନରେଟ ପୋଲିସ
ପ୍ରେମ ପାଇଁ ମୁହାଁ ମୁହିଁ ୟୁପି ପୋଲିସ ସହ କମିସନରେଟ ପୋଲିସ

By

Published : Jun 21, 2021, 8:09 AM IST

ଭୁବନେଶ୍ବର:ପ୍ରେମ ପାଇଁ 2 ରାଜ୍ୟର ପୋଲିସ ମୁହାଁମୁହିଁ । ପ୍ରେମିକ ଓ ପ୍ରେମିକା ପାଇଁ ଓଡିଶାକୁ ଆସି ମୁହାଁମୁହିଁ ହେଲେ ୟୁପି ପୋଲିସ ଓ କମିସନରେଟ ପୋଲିସ । ନାବାଳିକା ଅପହରଣ ମାମଲା ନେଇ ଓଡ଼ିଶାରେ ଅପଦସ୍ଥ ହେଲା ୟୁପି ପୋଲିସ । ଭୁବନେଶ୍ବରର ଜଣେ ଅଭିଯୁକ୍ତକୁ ଗିରଫ ବେଳେ ବାଧା ଦେଲା କମିସନରେଟ ପୋଲିସ।ଏପରିକି ଏହା ସମ୍ଭବପର ନୁହେଁ ବୋଲି କହିବାରୁ ୟୁପି ପୋଲିସ ସହ ସାମ୍ନାସାମ୍ନି ହୋଇଛି କମିସନରେଟ ପୋଲିସ।

ସୁଚନା ମୁତାବକ ଭୁବନେଶ୍ବରର ଏୟାରଫିଲଡ଼ ଅଞ୍ଚଳର ରହୁଥିବା ଜଣେ ଯୁବକ ୟୁପି ଗୋରଖପୁରର ଜଣେ ଯୁବତୀଙ୍କୁ ଭଲପାଉଥିଲେ। ପ୍ରେମ ବିବାହ କରିବା ପାଇଁ ଯୁବକ ଜଣଙ୍କ ଗୋରଖପୁର ଯାଇନପାରିବାରୁ ଯୁବତୀ ଆକାଂକ୍ଷା ସି ଗତ ୧୫ ତାରିଖରେ ଭୁବନେଶ୍ବର ପଳାଇ ଆସିଥିଲେ। ଏନେଇ ଆକାଂକ୍ଷା ପରିବାର ପକ୍ଷରୁ ଗୋରଖପୁର ଥାନାରେ ନାବାଳିକା ଅପହରଣ ମାମଲା ରୁଜୁ ହୋଇଥିଲା । ଯାହାକୁ ନେଇ ୟୁପି ପୋଲିସ ଆସି ଭୁବନେଶ୍ବରରେ ପହଞ୍ଚିଥିଲା।

ପରେ ଯୁବଙ୍କୁ ଗିରଫ ସମୟରେ ଯୁବତୀ ଜଣଙ୍କ ସ୍ଥାନୀୟ କମିସନରେଟ ପୋଲିସର ଏୟାରଫିଲଡ଼ ପୋଲିସର ସହାୟତା ନେଇଥିଲେ। ତେବେ ଯୁବତି ମାଟ୍ରିକ ସାର୍ଟିଫିକେଟ ଓ ଆଧାରକାର୍ଡ ଦେଖାଇ ସାବାଳିକା ଦର୍ଶାଇବା ପରେ ଗିରଫ ସମ୍ଭବ ନୁହେଁ ବୋଲି କମିସନରେଟ ପୋଲିସ ୟୁପି ପୋଲିସକୁ କହିଥିଲା। ଯାହାକୁ ନେଇ ଥାନାରେ ଉଭୟ ରାଜ୍ୟର ପୋଲିସ ମଧ୍ୟରେ ଏକ ଟେନସନ ପରିସ୍ଥିତି ଉପୁଜିଥିଲା। ଏନେଇ ଆଜି କୋର୍ଟରେ ଜଣାଇଲା ପରେ କୋର୍ଟ ପରବର୍ତ୍ତୀ ନିଷ୍ପତି ନେବେ ବୋଲି ଜଣାପଡିବ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details