ଓଡିଶା

odisha

ETV Bharat / city

ଅଦିନିଆ ବର୍ଷା ପାଇଁ କ୍ଷତିପୂରଣ ଦେବାକୁ ଗୃହରେ ଦାବି

ଅଦିନିଆ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତି ପାଇଁ କ୍ଷତିପୂରଣ ଦେବାକୁ ଗୃହରେ ଦାବି କରିଛନ୍ତି ବିରୋଧୀ । ବାଚସ୍ପତି ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ପୂର୍ବରୁ କ୍ଷତିପୂରଣ ରିପୋର୍ଟ ଦେବାକୁ । ପଢନ୍ତୁ ସଂପୂର୍ଣ୍ଣ ଖବର...

ବିରୋଧୀ ଦଳନେତା
ବିରୋଧୀ ଦଳନେତା

By

Published : Feb 26, 2020, 4:53 PM IST

ଭୁବନେଶ୍ବର: ରାଜ୍ୟରେ ହଠାତ ଅଦିନିଆ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି । ବିଶେଷକରି ଚାଷୀକୂଳ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି । କେଉଁଠି ଧାନ ଗଜା ହୋଇଛି ତ କେଉଁଠି ଫସଲ ନଷ୍ଟ ହୋଇଛି ।

ଅଦିନିଆ ବର୍ଷା ପାଇଁ କ୍ଷତିପୂରଣ ଦେବାକୁ ଶୁନ୍ୟକାଳରେ ଦାବି

ଖାଲି ଏତିକି ନୁହେଁ ରାଜ୍ୟର ଅନେକ ସ୍ଥାନରେ ବ୍ୟାପକ ମାତ୍ରାରେ କଚ୍ଚାଘର ଭାଙ୍ଗିବା ସହ, ବିଜୁଳି ସଂଯୋଗ ବିଛିନ୍ନ ହୋଇଛି । ଲୋକଙ୍କର ଟିଣ ଛପର ଘର ଉଡିଯାଇଛି । ଫଳରେ ଲୋକେ ଦୁର୍ଦ୍ଦଶା ରେ ଦିନ କାଟୁଛନ୍ତି । ତେଣୁ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ ଆର୍ଥିକ ସହାୟତା ସରକାର ଯୋଗାଇ ଦିଅନ୍ତୁ ।

ଆଜି (ବୁଧବାର) ଶୂନ୍ୟକାଳରେ ଏମିତି ଢଙ୍ଗରେ ସରକାରଙ୍କ ନିକଟରେ ଦାବି କରିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ । ଶୂନ୍ୟକାଳରେ ପ୍ରଥମେ ବିରୋଧୀ ଦଳନେତା ପରେ କଂଗ୍ରେସ ବିଧାୟକ ଦଳନେତା ଏହି ପ୍ରସଙ୍ଗରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବାଚସ୍ପତି ମଧ୍ୟ ପ୍ରସଙ୍ଗର ଗୁରୁତ୍ବକୁ ଦେଖି କ୍ଷୟକ୍ଷତି ରିପୋର୍ଟ ଦେବାକୁ ଶକ୍ତିମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details