ଓଡିଶା

odisha

ETV Bharat / city

ଉନ୍ନତି ଭବନକୁ ମିଳିଲା ଗୋଲ୍ଡ ରେଟିଂ - Bhubnaeswar unnati bhawan

କୃଷି ଭବନ ପରେ ଉନ୍ନତି ଭବନକୁ ମିଳିଛି ବେଶ୍ ସଫଳତା । ଆଉ ଏନେଇ ଭୁବନେଶ୍ୱରରେ ଥିବା ଉନ୍ନତି ଭବନକୁ ମିଳିଛି ଗୋଲ୍ଡ ରେଟିଂ । ୯୩,୨୫୦ ବର୍ଗଫୁଟ ଜମି ଉପରେ ନିର୍ମିତ ହୋଇଛି ଏହି ଉନ୍ନତି ଭବନ ସୌଧ । ଶକ୍ତି ସଂରକ୍ଷଣ ଲାଗି ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଅଧିକ ପଢନ୍ତୁ...

ଉନ୍ନତି ଭବନକୁ ମିଳିଲା ଗୋଲ୍ଡ ରେଟିଂ
ଉନ୍ନତି ଭବନକୁ ମିଳିଲା ଗୋଲ୍ଡ ରେଟିଂ

By

Published : Apr 28, 2021, 10:06 PM IST

ଭୁବନେଶ୍ବର : କୃଷି ଭବନ ପରେ ଉନ୍ନତି ଭବନକୁ ସଫଳତା । ଭୁବନେଶ୍ୱରରେ ଥିବା ଉନ୍ନତି ଭବନକୁ ମିଳିଛି ଗୋଲ୍ଡ ରେଟିଂ । ଇଣ୍ଡିଆନ ଗ୍ରିନ୍‍ ବିଲଡିଂ କାଉନ୍‍ସିଲ ଉନ୍ନତି ଭବନକୁ ଏହି ଗୋଲ୍ଡ ରେଟିଂ ପ୍ରଦାନ କରିଛନ୍ତି ।

ଉନ୍ନତି ଭବନକୁ ମିଳିଲା ଗୋଲ୍ଡ ରେଟିଂ
ଉନ୍ନତି ଭବନକୁ ମିଳିଲା ଗୋଲ୍ଡ ରେଟିଂ
ଉନ୍ନତି ଭବନକୁ ମିଳିଲା ଗୋଲ୍ଡ ରେଟିଂ

ସରକାରୀ ସୌଧ ଭାବେ ଗୋଲ୍ଡ ରେଟିଂ ମାନ୍ୟତା ପାଇବାରେ ଉନ୍ନତି ଭବନ ହେଉଛି ପ୍ରଥମ । ଗତବର୍ଷ ଫେବୃଆରୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ନତି ଭବନକୁ ଲୋକାର୍ପଣ କରିଥିଲେ । ୯୩,୨୫୦ ବର୍ଗଫୁଟ ଜମି ଉପରେ ନିର୍ମିତ ହୋଇଛି ଏହି ସୌଧ ।

ଉନ୍ନତି ଭବନକୁ ମିଳିଲା ଗୋଲ୍ଡ ରେଟିଂ

ଏଥିରେ ଗୃହ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ଦପ୍ତର ରହିଛି । ୱାଟ୍‍କୋ, ଜାଗା ମିଶନ, ଓଡବ୍ଲ୍ୟୁଏସ୍‍ଏସ୍‍ବି ଓ ଓୟୁଏଚ୍‍ଏମ୍‍ କାର୍ଯ୍ୟାଳୟ ରହିଛି । ସ୍ମାର୍ଟ ସୌଧ ଭାବେ ନିର୍ମାଣ ହୋଇଥିବା ଏହି କୋଠାରେ ଅନେକ ଅତ୍ୟାଧୁନିକ ସୁବିଧା ରହିଛି । ଯେଉଁଥିପାଇଁ ଏହାକୁ ଗୋଲ୍ଡ ରେଟିଂ ପ୍ରଦାନ କରାଯାଇଛି ।

ଶକ୍ତି ସଂରକ୍ଷଣ ଲାଗି ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ବର୍ଗ ମିଟର ପିଛା ବର୍ଷକୁ ୫୪ କିଲୋୱାଟ ଶକ୍ତି ସଞ୍ଚୟ ହୋଇପାରୁଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିଭଳି ସୌଧର ଛାତ ଉପରେ ୧୧୦ କିଲୋୱାଟ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କ୍ଷମତା ଥିବାବେଳେ ଏଠାରୁ ନିର୍ଗତ ଜଳକୁ ପୁନଃ ବ୍ୟବହାରର ବ୍ୟବସ୍ଥା ଅଛି ।

ବର୍ଷାଜଳକୁ ଶତ ପ୍ରତିଶତ ସଂରକ୍ଷଣ ସହିତ ଭୂତଳ ଜଳ ରିଚାର୍ଜ ପାଇଁ ବ୍ୟବହାର କରାଯାଉଛି । ସେହିଭଳି ସୌଧ ନିର୍ମାଣ ପୂର୍ବରୁ ଏଠାରେ ଥିବା ବୃକ୍ଷ ଗୁଡିକୁ ଅତ୍ୟାଧୁନିକ ନିର୍ମାଣ ଶୈଳୀ ବ୍ୟବହାର କରାଯାଇ ନଷ୍ଟ ହେବାରୁ ବଞ୍ଚାଯାଇ ପାରିଛି । ସେହିଭଳି ସୌଧରୁ ନିର୍ଗତ ହେଉଥିବା ତରଳ ବର୍ଜ୍ୟର ପରିଚାଳନା ବ୍ୟବସ୍ଥା ମଧ୍ୟ ରହିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭ।ରତ

ABOUT THE AUTHOR

...view details